ଡାବୁଗାଁ :-
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଲା।ପୂଜକ ତଥା ଦଇତା ପତିମାନେ ତିନି ଠାକୁରକୁ ସ୍ନାନବେଦୀକୁ ଆଣିବା ପାରେ ପ୍ରାୟ ୧୧ଘଣ୍ଟ ବେଳେ ଦେବସ୍ନାନ କରାଗଲା ।
ଏହି ସମୟରେଉପସ୍ଥିତ ଥିଲେ ମନ୍ଦିର ସଭାପତି ତହସିଲଦାର ସନ୍ଧ୍ୟା ସମରଥ, ଉପ ସଭାପତି ଜି ଭେଙ୍କଟ ଶ୍ଵର ରାଓ (ପନ୍ତୁଲୁ) କୋଡ଼ଧକ୍ଷ ଜି ସାଇ ରାଜୁ, ସଭ୍ୟମାନେ ଯଥା ଦେବରାଜ ପାତ୍ର, ବିଡ଼ିଓ ଶରତ ମାଝୀ, ସୁରେନ୍ଦ୍ର ମିଶ୍ର, ଏମ୍ ଆପା ରାଓ,ଏମ ବୁଲୁ ରାଓ,ମଳୟ ବିଷୋୟୀ ,କୈଳାସ ବିଷୋୟୀ,ଭଗବାନ ମହାନ୍ତି, ଭଗବାନ ଖୁଣ୍ଟିଆ ,ଲକ୍ଷ୍ମୀକାନ୍ତ ରଥ,କୁନୁ ପାତ୍ର, ଗୌରାଙ୍ଗ ପରିଡା,ଆଦିତ୍ୟ ବଲବ ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ନୂଆ ରଥ ନିର୍ମାଣ କାର୍ଯ୍ୟ ଜୋରସରରେ ଚାଲିଛି ପୁରୀରୁ ଆସିଥିବା ମହାରଣା ମାନଙ୍କ ଦ୍ୱାରା ।ଏବଂ ପୁରୁଣା ରଥକୁ ପଖାନା ଗୁଡା ଗ୍ରାମରେ ରଥଯାତ୍ରା ପାଇଁ ଗ୍ରାମବାସୀ ମାନେ ନେଇଥିବା ଜଣା ପଡ଼ିଛି ।
ଡାବୁଗାଁ ରୁ ସବ୍ୟସାଚୀ ଭରତିଆ ଙ୍କ ରିପୋର୍ଟ

