Type Here to Get Search Results !

ଅତୀତ , ବର୍ତ୍ତମାନ ଓ ଭବିଷ୍ୟତ ଓଡ଼ିଶୀ ନୃତ୍ୟ ଉପରେ ଆଲୋଚନା


କେନ୍ଦ୍ରାପଡ଼ା:- 

ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଗବେଷଣା କେନ୍ଦ୍ର ଏବଂ ସଂଗୀତ କଳା ନିକେତନ ମିଳିତ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗିତାରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ବୁଧବାର ଅପରାହ୍ଣରେ ଆୟୋଜିତ 'ଓଡ଼ିଶୀ ସଂଗୀତ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ' ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ (ବାମରୁ) ସଂଯୋଜକ ଡ. ମୃତ୍ୟୁଞ୍ଜୟ ରଥ, ଗବେଷଣା କେନ୍ଦ୍ର ସମ୍ପାଦକ ଗୁରୁ ଶଙ୍କର୍ଷଣ ପାତ୍ର, ସମୀକ୍ଷକ ଡ. କୁଳମଣି ଓଝା, ଓଡ଼ିଶୀ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଗୁରୁ ବଂଶୀଧର ପଣ୍ଡା, ସଭାପତି ମେଜର୍ ରମାରମଣ ପାଢ଼ୀ, ପରିବେଶବିତ୍ ସୁବାସ ମହାରଣା, ବେହେଲା ଗୁରୁ ଅଜୟ ବାରିକ, ଓଡ଼ିଶୀ ଗୁରୁ ଆଚାର୍ଯ୍ୟ ସୀମାଞ୍ଚଳ ଦାଶ, ବିଶିଷ୍ଟ ଓଡ଼ିଶୀ ସଂଗୀତ ଓ ମର୍ଦ୍ଦଳ ଗୁରୁ ହରମୋହନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ l ଏହି ଆଲୋଚନା ଚକ୍ରରେ ସୀତାର ଗୁରୁ ରବି ରଞ୍ଜନ ପ୍ରଧାନ, ଓଡ଼ିଶୀ ଗୁରୁ ଚନ୍ଦ୍ରମଣି ଲେଙ୍କା, ଓଡ଼ିଶୀ ଗୁରୁ ବନ୍ଦିତା ରାୟ, ଓଡ଼ିଶୀ ସଂଗୀତ ଗବେଷକ ପ୍ରଦୀପ ପଟ୍ଟନାୟକ, ମର୍ଦ୍ଦଳ ଗୁରୁ ବାଇରି ପାତ୍ର, ଗୁରୁ ଶିବରାମ ରଣା, ଓଡ଼ିଶୀ ଗୁରୁ ଲୋକନାଥ ମହାନ୍ତି ଓ ମର୍ଦ୍ଦଳ ଗୁରୁ ମାଧବ ଶ୍ରୀଚନ୍ଦନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଓଡ଼ିଶାର କଳା ,ସଂସ୍କୃତି ,ଓଡ଼ିଶୀ ନୃତ୍ୟକୁ ନେଇ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ପଞ୍ଚାୟତ ର ଗର୍ବ ଓ ଗୌରବ ଡ଼ଃ କୁଳମଣି ଓଝା ବକ୍ତବ୍ୟ ଦେଇଛନ୍ତି । କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.