Type Here to Get Search Results !

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ଯାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ବାରା ଶ୍ରଦ୍ଧାଞୀଳି


ବରଗଡ :-

୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଲକୋ ର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ " ବାଲ କୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ " ଆନ୍ଦୋଳନରେ ସତ୍ଯାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ଯରେ ଦେହାନ୍ତ ହୋଇ ଯାଇଛି । ପାଇକମାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ୭୫ ବର୍ଷ ବୟସ୍କ ଇଶ୍ଵର ବିଜିରା, କପିଲାସପୁର ଗ୍ରାମର ୭୫ ବର୍ଷ ବୟସ୍କା ଗାୟତ୍ରୀ ଛତର,ବରପାଲି ଗ୍ରାମର ୭୮ ବର୍ଷ ବୟସ୍କା ରମ୍ଭା ଭୋଇଙ୍କ ୩ ଦିନ ଭିତରେ ଦେହାନ୍ତ ହୋଇ ଯାଇଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ, ବାଲକୋର ଗାଡି ମୋଟର ଗୁଡିକ ଗନ୍ଧମାର୍ଦ୍ଦନ ପାହାଡ ଉପରକୁ ଚଡୁଥିବା ସମୟରେ ପାହାଡ ତଲେ ସତ୍ଯାଗ୍ରହ ଆନ୍ଦୋଳନ ଜରିଆରେ ଯାନ ବାହାନ ଗୁଡିକୁ ଅବରୋଧ କରା ଯାଉଥିଲା । ଶ୍ରୀ ଜମ୍ବୋବତୀ ବିଜିରା ଓ ତାଙ୍କ ସ୍ବାମୀ ଇଶ୍ଵର ବିଜିରା,ସ୍ବର୍ଗିୟା ଗାୟତ୍ରୀ ଛତ୍ତର,ସ୍ବର୍ଗିୟା ରମ୍ଭା ଭୋଇ ଏହି ସତ୍ଯାଗ୍ରହ ଆନ୍ଦୋଳନରେ ସେ ସମୟରେ ସାମିଲ ଥିଲେ । ଏକଦା ୧୯୮୭ ମସିହାରେ ବାଲକାର ୬ଟି ବକ୍ସାଇଟ ଟ୍ରକ କୁ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ରାଜ ରାସ୍ତାରେ ଅବରୋଧ କରାଯାଇ ସତ୍ଯାଗ୍ରହ ଆନ୍ଦୋଳନ ଚାଳୁଥିବା ବେଳେ ଗାଡି ଗୁଡିକ ବଳ ପ୍ରୟୋଗ କରି ଯୋର ଜବରଦସ୍ତ ସେଠାରୁ ଛଡାଇ ନେବା ପାଇଁ ପୋଲିସ ଉଦ୍ଯମ କରୁଥିବା ବେଳେ ଏହାର ପ୍ରତିବାଦ କରି ଶ୍ରୀମତୀ ଜମ୍ବୋବତୀ ବିଜିରା ନିଜର ୨ଟି ଛୋଟ ଛୁଆ ନିରୁପମା ୨ ବର୍ଷ ଓ ସରୋଜ ୧ ବର୍ଷ କୁ କୋଳରେ ଧରି ବାଳକୋର ଟ୍ରକ ଚକା ତଳେ ଶୋଇ ପଡିଥିଲେ । ଯାହା ଫଳରେ ପୋଲିସ ବାହିନୀ ପଛଘୁଞ୍ଚା ଦେଇଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ଏ ଘଟଣା ଯୋଗୁଁ ଶ୍ରୀମତୀ ଜମ୍ବୋବତୀ ବିଜିରା ସାରା ରାଜ୍ଯରେ ଚର୍ଚ୍ଚାରେ ଆସିଥିଲେ । ଏହି ତିନିଜଣ ସତ୍ଯାଗ୍ରହୀ ପ୍ରତି ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଆବାହକ ଝଦୁର୍ଯ୍ୟୋଧନ ପୁଟା,ଧିରେନ ମହାନ୍ତି, ଭୀଷ୍ମଦେବ ପଟେଲ,ରଘୁବୀର ସିଂ ବରିହା,ରାହାସ ବିହାରୀ ସାହୁ,ଦୀଲିପ ବେହେରା ପ୍ରମୁଖ ଗଭୀର ଶ୍ରଦ୍ଧାଞୀଳି ଞାପନ କରିଛନ୍ତି ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.