Type Here to Get Search Results !

ଆବର୍ଜନା କୁଣ୍ଡର ପାଣିରେ ପଡି ଏକ ବର୍ଷର ଶିଶୁପୁତ୍ର ମୃତ୍ୟୁ


ଝରିଗାଁ :-

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଂଚୟତର ମୋହଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଘରେ କେହି ନଥିବା ବେଳେ ନିଜ ଘର ପଛ ପଟରେ ଥିବା ଆବର୍ଜନା କୁଣ୍ଡର ପାଣିରେ ପଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ମୋହଣ୍ଡି ଗ୍ରାମର ବୁଦୁରାମ ଗଣ୍ଡ ସବୁଦିନ ଭଳି ଆଜି ସକାଳୁ ମାଲିକର ଟ୍ରାକ୍ଟର ନେଇ ଜମିକୁ କାମ କରିବା ପାଇଁ ଯାଇଥିଲେ।ସ୍ତ୍ରୀ ଫୁଲ ଗଣ୍ଡ ସହ ପୁଅ ଝିଅ ମାନେ ଘରେ ଥିଲେ।ତେବେ ଘରୁ କିଛି ଦୂରରେ ଥିବା ନଳକୂପରୁ ପାଣି ଆଣିବା ପାଇଁ ଫୁଲ ଯାଇଥିବା ବେଳେ ୬ ବର୍ଷର ବଡ଼ ଝିଅ ରାଜ କୁମାରୀ ଓ ସାନ ଭାଇ ପ୍ରକାଶ ଘରେ ଥିଲେ।ତେବେ ଆଜି ପ୍ରାୟ ୯ ଘଣ୍ଟା ରେ ପ୍ରକାଶ ଖେଳୁଥିବା ସମୟରେ ଘର ପଛ ପଟ ଥିବା ବାସନ ମଜା ପାଣି ଜମୁଥିବା ଆବର୍ଜନା କୁଣ୍ଡରେ ଯାଇ ପଡିଯାଇଥିଲା।ଫୁଲ ପାଣି ନେଇ ଘରକୁ ଆସିବା ପରେ ଦୁହେଁ ଛୁଆ ନଥିବା ଦେଖି ଖାଯାଖାଜି କରିଥିଲେ।ଶେଷରେ ଘର ପଛ ପଟ ଥିବା ଆବର୍ଜନା ପାଣି କୁଣ୍ଡରେ ଶିଶୁପୁତ୍ର ପଡିଥିବା ଦେଖି ତୁରନ୍ତ କୁଣ୍ଡରୁ ବାହାର କରିବା ସହ ସ୍ଥାନୀୟ ଆଶା ସହାୟତାରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବାଧ୍ୟ ହୋଇ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଡ଼ ସନ୍ତୋଷ ପ୍ରଧାନ ମୃତ ଘୋଷଣା କରିଥିଲେ।ଖବର ପ୍ରସାର ପରେ ମୋହଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଝରିଗାଁ ରୁ ଭଗତରାମ ଭତ୍ରାଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.