Type Here to Get Search Results !

ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ


ମହାକାଳପଡ଼ା :- 

କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ର ଗୋବରୀ ମଣ୍ଡଳ (ଜୋନ -19) ବିଜେପି ତରଫରୁ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି ,କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଳିପାଳ ଗ୍ରାମପଞ୍ଚାୟତ ର ପାତ୍ରଗଡ଼ ଗ୍ରାମସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ,ଉକ୍ତ ସଭାରେ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ସ୍ବର୍ଗତଃ ମୁଖାର୍ଜୀ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମଣ୍ଡଳ ଉପସଭାପତି କେଶବ ଭୋଳ, ସରୋଜ କାନ୍ତ ରାଉତ , ବରିଷ୍ଠ ବିଜେପି ନେତା ଶିବ ପ୍ରସାଦ ସ୍ୱାଇଁ, ପ୍ରତାପ ରଞ୍ଜନ ତ୍ରିପାଠୀ, ନିର୍ମଳ ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ସେଠୀ, ନଳିନୀ କାନ୍ତ ପଲାଇ,ସୁଶାନ୍ତ ଦାସ, ଅଜିତ ସାମଲ, ନିରଞ୍ଜନ ମଲିକ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ତ ରଞ୍ଜନ ରାଉଳ, ନିରାକାର ରଣା, ସୋମ୍ୟରଞ୍ଜନ ପଲାଇ, ପ୍ରମୋଦ ଦାସ, ପ୍ରତାପ ପାଇଟାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.