Type Here to Get Search Results !

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରାମ ଗୋପାଳ, ମାମଲା ହୋଇପାରେ ରୁଜୁ

 


ମୁମ୍ବାଇ :-

ବିଭିନ୍ନ ସମୟରେ ନିଜ ଭୁଲ ଟିପ୍ପଣୀ ଦେଇ ପରେ କ୍ଷମା ମା ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଙ୍କୁ ବଢ଼ିଲା ଅଡ଼ୁଆ। NDA ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ଟୁଇଟ କରି ଆଇନ୍ ଜାଲରେ ଛନ୍ଦି ହୋଇ ସଫେଇ ଦେଇଛନ୍ତି ରାମ ଗୋପାଳ। 


NDA ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ବିବାଦୀୟ ଟୁଇଟ କରିଥିଲେ ରାମ ଗୋପାଳ। ସେଠାରେ ସେ ଉଲ୍ଲେଖ କରି ତାଛଲ୍ୟ କରିଥିଲେ କୁ ଦ୍ରୌପଦୀ ତ ଅଛନ୍ତି ପାଣ୍ଡବ ତାଙ୍କରି କିଏ ଓ କୌରବ କିଏ। ତେବେ ଏନେଇ  ବରିଷ୍ଟ ବିଜେପି ନେତା ଜି ନାରାୟଣ ରେଡ୍ଡୀ ଥାନାରେ ମାମଲା ରୁଜୁ କରିଛନ୍ତି। ଜଣେ ପୂର୍ବତନ ରାଜ୍ୟପାଳ ତଥା ରାଷ୍ଟ୍ରପତି ପ୍ରାର୍ଥୀନୀ ଙ୍କୁ ନେଇ ଅପମାନଜନକ ଟିପ୍ପଣୀ ପାଇଁ ଖୁବ୍ ଶୀଘ୍ର ଅପରାଧିକ ମାମଲା ରାମ ଗୋପାଳ ବର୍ମା ଙ୍କ ବିରୋଧରେ ରୁଜୁ କରିବା ନେଇ ହାଇଦରାବାଦ ପୋଲିସ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆ ଯାଇଛି। ଦରକାର ହୁଏ ତେବେ ତାଙ୍କ ବିରୋଧରେ ଅନୁସୂଚିତ ଜାତି ଜନଜାତି ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ପାଇଁ ତାମିଲନାଡୁ ବିଜେପି ପକ୍ଷରୁ ମତ ପ୍ରକାଶ ପାଇଛି। ତେବେ ରାମ ଗୋପାଳ ଏନେଇ ପ୍ରତିକ୍ରିୟା ରେ କହିଛନ୍ତି କାହାରି ଅପମାନ ତାଙ୍କଦ୍ୱାରା କରାଯାଇନାହିଁ। କେବଳ ମହାଭାରତ ଅନୁସାରେ ଏକ ମତାମତ ସେ ଦେଇଛନ୍ତି ବୋଲି। ପ୍ରକାଶ ଥାଉକି ଗତ ଜୁନ ୨୨ ତାରିଖରେ ରାମ ଗୋପାଳ ବର୍ମା NDA ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ଅପମାନ ଜନକ ଟୁଇଟ କରିଥିଲେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.