Type Here to Get Search Results !

ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃ


ତାଳଚେର :-

ତାଳଚେର ଲିଙ୍ଗରାଜ କୋଇଲା ଖଣି ର ଜଣେ ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ। ସୂଚନା ଅନୁଯାୟୀ ମୃତ ସୁରକ୍ଷା କର୍ମୀ ଜଣଙ୍କ ଲିଙ୍ଗରାଜ କୋଇଲା ଖଣିରେ ଠିକା ସୁରକ୍ଷା ସଂସ୍ଥା "ଏସଆଇଏସ୍" ସିକ୍ୟୁରିଟି ର ମୁଖ୍ୟ ଗାର୍ଡ ଭାବେ କାର୍ୟ୍ଯ କରୁଥିଲେ ।ଅନୁଗୋଳ ବାସଭବନ ରୁ ଲିଙ୍ଗରାଜ କୋଇଲା ଖଣି କୁ କାର୍ୟ୍ଯ କରିବାକୁ ଆସୁଥିବା ବେଳେ ଚାଳଗଡ କନ୍ଭେୟର ନିକଟସ୍ଥ ଟେଣ୍ଟୁଲେଇ ଛକ ନିକଟରେ ରାତି ୯.୩୦ସମୟ ରେ ତାଙ୍କର ସଡକ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୃତ୍ୟୁ ବ୍ୟକ୍ତିଙ୍କ ନାମ ବାଇକୁଲି ଧଳ(୫୦) ।ବାଇକୁଳୀଙ୍କ ଜନ୍ମ ସ୍ଥାନ ଅନୁଗୋଳ ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମରେ । ତେବେ ସେନା ରୁ ଅବସର ପରେ ଅନୁଗୋଳ ଠାରେ ୧୫ ବର୍ଷ ହେବ ରହି ଆସୁଥିଲେ। ଦୈନନ୍ଦିନ ତାଳଚେର ର ଲିଙ୍ଗରାଜ ଖଣି କୁ ନିଜର ର କାର୍ଯ୍ୟ କରି ଆସୁଥିବା ବେଳେ ଆଜି ରାସ୍ତା ରେ ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ଏସଆଇଏସ୍" ସିକ୍ୟୁରିଟି ର ଅନେକ ସୁରକ୍ଷା କର୍ମୀ ଏବେ ତାଙ୍କୁ ଦେଖିବା ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ କୁ ମଧ୍ୟ ଆସିଥିବା ସୂଚନା ମିଳିଛି। ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.