ବାଲିକୁଦା :-
ବାଲିକୁଦା ଥାନା ଅଧୀନ ତିତିରା ପଞ୍ଚାୟତ ରାମତୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି ରାମତୋଳ ଗ୍ରାମର ଉତ୍ତମ ଓଝାଙ୍କ 14ବର୍ଷୀୟ ନାବାଳିକା ଝିଅ ପାୟଲପ୍ରିୟଦର୍ଶିନୀ ଆଜି ଦିନ 5ଘଣ୍ଟା ସମୟରେ ଶୁଖା ଯାଇଥିବା ଲୁଗା ଆଣିବା ପାଇଁ ଯାଇଥିବା ସମୟରେ ତାଙ୍କ ଛାତ ଉପରକୁ ଯାଇଥିଲେ। ଲୁଗା ଆଣିବାବେଳେ ଛାତ ଉପର ଦେଇ ଯାଇଥିବା 11kv ତାର ସଂସ୍ପର୍ଶ ରେ ଆସି ପାୟଲ ବିଦ୍ୟୁତ ଆଘାତରେ ତାଙ୍କ ଗୋଡ଼, ହାତ, ପିଠି ଇତ୍ୟାଦି ଜଳିଯିବା ସହିତ ଛାତ ତଳକୁ ଛିଟକି ପଡ଼ିଥିଲେ। ତାର ଚିତ୍କାର ଶୁଣି ଘର ଲୋକ ଆସିଲା ବେଳକୁ ପାୟଲ ମୃତ ପରି ତଳେ ପଡ଼ିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲିକୁଦା ଡାକ୍ତରଖାନା କୁ ଆଣି ଚିକିତ୍ସା କରାଇବାରେ ଡାକ୍ତରବାବୁ ପାୟଲକୁ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ। ପାୟଲର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବାରୁ ତାଙ୍କ ଦାଦା ଗୌତମ ଓଝା ଛାତ ଉପରୁ 11kv ହଟେଇବାକୁ ବାଲିକୁଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାଲିକୁଦା ରୁ ଗୀତା ମହାରଣା ଙ୍କ ରିପୋର୍ଟ

