Type Here to Get Search Results !

ସରକାରୀ ପୋଖରୀ ଅନୁଦାନ ଟଙ୍କା କୁ ନାଏବ ସରପଞ୍ଚ ଲଗାଇଲେ ନିଜ ପୋଖରୀ କାମରେ : ଗ୍ରାମବାସୀ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ


ଚମ୍ପୁଆ :- 

ଗ୍ରାମର ସରକାରୀ ପୋଖରୀ ପଙ୍କ ଉଦ୍ଧାର ପାଇଁ ଆସିଥିବା ଅନୁଦାନ କୁ ନାଏବ ସରପଞ୍ଚ ନିଜ ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟ ରେ ଲଗାଇଲେ। ଏହି ଅଭିଯୋଗ ନେଇ ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ନାଗରପାଳ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଆସିଥିବା ବେଳେ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ନ ପାଇ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟ ରେ ଭେଟି ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଝୁମ୍ପୂରା ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ର ନାଏବ ସରପଞ୍ଚ ଖଗେଶ୍ବର ମହାନ୍ତ ଗ୍ରାମର ରାଜାବନ୍ଧ ପୋଖରୀ ରୁ ପଙ୍କ ଉଦ୍ଧାର ପାଇଁ ଆସିଥିବା ପ୍ରାୟ ୯ ଲକ୍ଷ ଟଙ୍କାର ଅନୁଦାନ କୁ ନିଜ ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟ ରେ ଲଗାଇ ଦେଇଛନ୍ତି। ସରକାରୀ ଅନୁଦାନ କୁ ଚଞ୍ଚକତା କରି ସମ୍ପୃକ୍ତ ନାଏବ ସରପଞ୍ଚ ନିଜ ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟରେ ଲଗାଇ ଦେଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଉକ୍ତ ବିଷୟ ନେଇ ଗ୍ରାମବାସୀ ଝୁମ୍ପରା ବିଡିଓ ଙ୍କୁ ଅବଗତ କରାଇ ସାରିଥିଲେ ମଧ୍ୟ ବିଡିଓ ଘଟଣାର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାରୁ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.