ପୁରୀ :-
ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ତାହା ସଠିକ ଲୋକଙ୍କ ପାଖରେ ନ ପହଞ୍ଚି ପହଞ୍ଚୁଛି ବଡ଼ ବଡ଼ିଆ ବାବୁ ମାନଙ୍କ ପାଖରେ। ରାଜ୍ୟ ସରକାର ଗରୀବ ଲୋକ ମାନଙ୍କୁ ଆଶୋସ୍ତି ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶାମିଲ କରିବା ପାଇଁ ଜବ୍ କାର୍ଡ ଯୋଜନା ଆରମ୍ଭ କରିଥିବା ବେଳେ ତାହାକୁ ହାତେଇ ନେଇଛନ୍ତି ସରକାରୀ ଚାକିରିଆ ମାନେ। ଆମେ କହୁଛୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବଇ ଗ୍ରାମ ପଞ୍ଚାୟତ ର ଡଅଁପୁର ଗ୍ରାମ ର ଡମ୍ବରୁଧର ଦଳାଇ ଙ୍କ କଥା। ପେଶାରେ ଜଣେ ଶିକ୍ଷକ ନିଶାରେ ରାଜନିତିଙ୍ଗ୍ଯ। ଡମ୍ବରୁଧର ଦଳାଇ ହାତେଇ ଛନ୍ତି ଗରୀବ ଲୋକ ଙ୍କ ପାଇଁ ହୋଇଥିବା ଯୋଜନା ର ଫାଇଦା। ନିଜ ନାମରେ ଅଛି ଜବ୍ କାର୍ଡ, ଏଠି ସାଧାରଣ ମହଲରେ ପ୍ରଶ୍ନ ଉଠୁଚି ଯେ ଶିକ୍ଷକତା କେତେ ବେଳେ କରୁଛନ୍ତି ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ଭାବେ କେଉଁ ସମୟରେ କାମ କରୁଛନ୍ତି। ଖାଲି ସେତିକି ନୁହେଁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ର ସମର୍ଥିତ ପ୍ରାର୍ଥୀ ମାନଙ୍କୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ କୁ ଯିତାଇ ଛନ୍ତି ତାହା ଆମେ କହୁନୁ କହୁଛନ୍ତି ପଞ୍ଚାୟତ ବାସି। ଜଦି ଆମେ କହିବା ଇଏ ଜଣେ ଶିକ୍ଷକ ନୁହନ୍ତି ଜଣେ ରାଜନେତା। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ।
ପୁରୀ ରୁ ପ୍ରଦୀପ ନାୟକ ଙ୍କ ରିପୋର୍ଟ

