ବ୍ରଜରାଜନଗର :-
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପ ନିର୍ବାଚନ ପୂର୍ବରୁ ଘଟିଛି ଏକ ଦୁଃଖଦ ଘଟଣା। ବ୍ରଜରାଜନଗର ଅନ୍ତର୍ଗତ ଲୋଇସିଂ ପଂଚାୟତ , ଫଲସାଢ଼ିପା ଗ୍ରାମର 169 ବୁଥର ନିର୍ବାଚନ ଦାୟିତ୍ୱରେ ଥିବା ଦ୍ଵିତୀୟ ପପୁଲିଂ ଅଫିସରଙ୍କ ଆଜି ସନ୍ଧ୍ୟାରେ ହଠାତ ମୃତ୍ୟୁ ହୋଇଛି । ମୃତ ପ୍ରିଜାଇଡିଙ୍ଗ ଅଫିସର ଜଣକ ଦିଲୀପ କୁମାର ଖଡିଆ ବୋଲି ଜଣାପଡିଛି । ବୁଥ ରେ ସାଥି କର୍ମଚାରୀଙ୍କସହ ଥିବାବେଳେ ଆଜି ସନ୍ଧ୍ୟାରେ ଦିଲିପ ହଠାତ ଅଚେତ ହେବା ପରେ ତାଙ୍କୁ ନିକଟସ୍ଥ ଏକ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦିଲୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ବୋଲି ଝାରସୁଗୁଡା ବିଡ଼ିଓ ପ୍ରସନ୍ନ ପାଣ୍ଡେ ସୂଚନା ଦେଇଛନ୍ତି । ଦିଲ୍ଲୀପ ଙ୍କର ଘର ଟାଙ୍ଗରପାଳି ରେ ଥିବା ବେଳେ ସେ ତାଳପାଟିଆ ଠାରେ ଆସିଣ୍ଟେଣ୍ଟ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

