ପଦ୍ମପୁର :-
ଅଞ୍ଚଳ ପଦ୍ମପୁର ରେ ଆଜି ପୂର୍ବାହ୍ନ ନଅଟା ବେଳେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଅଛି l ଏହି ଉପଲକ୍ଷେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ରେ ମଧୁସୂଦନ ସରାଫ,କଲ୍ୟାଣୀ ସାହୁ ଓ କିରଣ କୁମାର ବାଗ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଯୁବ ରେଡକ୍ରସ୍ ର ପରାମର୍ଶଦାତା ତଥା କାର୍ଯକ୍ରମ ର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ କାର୍ଯକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥଲେ l ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ, ଡକ୍ଟର ଦୁଃଖିଶ୍ୟlମ ସାହୁ,ଅଧ୍ୟାପିକା ମୋନାଲିସା ସ୍ୱାଇଁ ଓ ଡକ୍ଟର ଭେଙ୍କଟେଶ ମେହେର ବିଚାରକ ରୂପେ ଯୋଗ ଦେଇ କାର୍ଯକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ l ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

