Type Here to Get Search Results !

ଲାଞ୍ଚ ନେବା ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ, ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାୟୀ କଲେ ଅତିରିକ୍ତ ତହସିଲଦାର

 

*ଲାଞ୍ଚ ନେଉଥିବା ସମୟରେ ଅତିରିକ୍ତ ତହସିଲଦାର ଗିରଫ

*ନଗଦ ୧. ୨୦ ଲକ୍ଷ ଟଙ୍କା ଜବତ, ରାଉରକେଲାସ୍ଥିତ ଘର ଏବଂ  କୁଚିଣ୍ଡା ସରକାରୀ ବାସଭବନରେ ଚଢାଉ 

*ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କୁ ଦାୟୀ କଲେ ଅତିରିକ୍ତ ତହସିଲଦାର ସାରଦା ମହାରଣା

କୁଚିଣ୍ଡା :-

ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଶନିବାର ସନ୍ଧ୍ୟାରେ ଗିରଫ କରିଛି ସମ୍ବଲପୁର ଭିଜିଲାନ୍‌ସ ଟିମ୍‌। ଜଣେ ଠିକାଦାରଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପରେ ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କ ଅଫିସ, କୁଚିଣ୍ଡାସ୍ଥିତ ସରକାରୀ ବାସଭବନ ଓ ରାଉରକେଲାସ୍ଥିତ ଘରେ ଚଢ଼ଉ କରୁଥିବା ଜଣାପଡ଼ିଛି।

 ସମ୍ବଲପୁର ଭିଜଲାନ୍‌ସ ଡିଏସ୍‌ପି ସୁଜାତା ସାହୁଙ୍କ ନେତୃତ୍ୱରେ ଏକ ଦଳ କୁଚିଣ୍ଡା ଆସି ତହସିଲ ଅଫିସରେ ଏହି ଚଢ଼ଉ କରିଥିଲେ। ଅଶୋକ ପଟେଲ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରି ସମ୍ବଲପୁର କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି।

 ମିଳିଥିବା ସୂଚନା ଅନୁଯାୟୀ ଏକ ଆସପଣ୍ଡ ବନ୍ଧ ଖୋଳିବା ନେଇ ତହସିଲଦାର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ପକ୍ଷରେ ଅତିରିକ୍ତ ତହସିଲଦାର ସାରଦା ମହାରଣା ଗଣମାଧ୍ୟମକୁ କହିଛନ୍ତି ଯେ କୁଚିଣ୍ଡା ଅଞ୍ଚଳରେ ଆସ ରଖିବା ପାଇଁ ଜଙ୍ଗଲ ଭିତରେ ପୋଖରୀ ଖନନ କରାଯାଇଛି। ଏଥିରେ ନିୟୋଜିତ ଗାଡ଼ିକୁ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଥାନାରେ ଅଟକ ରଖାଯାଇଥିଲା। ପରେ ପୋଖରୀ ଖୋଳା ବନ୍ଦ କରାଯାଇଥିଲା। ଏ ନେଇ ଉକ୍ତ ଗାଡ଼ିକୁ ପାଞ୍ଚ ଲକ୍ଷ ଜୋରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନେଇ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିଲା। ଏପରିକି ଭୟଭୀତ ମଧ୍ୟ କରାଯାଉଥିଲା ବୋଲି ସେ କହିଛନ୍ତି। ମୁଁ ଏଠାକୁ ଆସିବା ପରେ ଧରପଗଡ଼ ଜୋରଦାର କରାଯାଇଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ଉପରେ ଏହି କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି। ଶନିବାର ଏକ ଟ୍ରାକ୍ଟର ଚାଳାକଙ୍କଠାରୁ ୫୦ ହଜାର ଲାଞ୍ଚ ନେଇଥିବା ଜଣେ ଚାଳକ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଟ୍ରାକ୍ଟରକୁ ୪ ଲକ୍ଷ ଟଙ୍କା ଜାରିମାନା କରାଯାଉଥିବା କୁହାଯାଉଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.