ବ୍ରଜରାଜନଗର :-
ସବୁ କଳ୍ପନା ଜଳ୍ପନା ର ଅନ୍ତଘଟିଛି ବ୍ରଜରାଜନଗର ଉପ ନିର୍ବାଚନ ର ବିଜେପି ପ୍ରାର୍ଥୀ ଘୋଷଣା ରେ। ପୁଣି ଥରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା ଙ୍କୁ ବିଶ୍ୱାସ ରଖି ବିଧାୟିକା ପ୍ରାର୍ଥୀନୀ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ଗତ କିଛିଦିନ ଧରି ବିଜେପି ପକ୍ଷରୁ କିଏ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ହେବେ ଇ ନେଇ ଅଙ୍କ କଷା ଚାଲିଥିଲା। ଯୁବ ନେତା ସୁଜିତ୍ ସିଂହ, ଜିଲ୍ଲା ବିଜେପି ଅଧ୍ୟକ୍ଷ ମଙ୍ଗଳ ସାହୁ ଭଳି ଅନେକଙ୍କ ନାମ ଏହି ଉପ ନିର୍ବାଚନରେ ଚର୍ଚା ପାଲଟି ଥିଲା। ଶେଷରେ ଆଜି ଓଡ଼ିଶା ଓ କେରଳ ପାଇଁ ଉପ ନିର୍ବାଚନ ପ୍ରାର୍ଥୀ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଶ୍ରୀମତୀ ପଣ୍ଡା ଙ୍କୁ ପୁଣି ଥରେ ବ୍ରଜରାଜନଗର ଉପ ନିର୍ବାଚନ ରେ ପ୍ରାର୍ଥୀନୀ କରିଛି ବିଜେପି। ପ୍ରକାଶ ଥାଉ କି ଏହି ଉପ ନିର୍ବାଚନ ରେ ବିଜେପି ପକ୍ଷରୁ ଅନେକ ଆଶାୟୀ ପ୍ରାର୍ଥୀ ହେବା ଆଶା କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ପ୍ରାର୍ଥୀ ପଦ ହାସଲ କରିପାରିଛନ୍ତି ଶ୍ରୀମତୀ ରାଧାରାଣୀ ପଣ୍ଡା। ତେବେ ଆଗାମୀ ଉପ ନିର୍ବାଚନ ରେ ତାଙ୍କୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଭୋଟର କିଭଳି ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ପରେ ହିଁ ଜଣା ପଡ଼ିବ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

