Type Here to Get Search Results !

କାର୍ଯ୍ୟରେ ଯୋଗ ଦେଲେ ଲଖନପୁର ନୂତନ ଜିଏମ୍ ଏସ କେ ଝା

 

ଲଖନପୁର :-

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଜିଏମ କାର୍ଯ୍ୟାଳୟରେ ଆଜି ନୂତନ ଭାବେ ଶ୍ରୀ ଏସ କେ ଝା , ନୂତନ ଜେନେରାଲ ମ୍ୟାନେଜର ରୂପେ ଯୋଗଦାନ କରିଛନ୍ତି। ବିଧିବଦ୍ଧ ଭାବରେ ଆଜି ଲଖନପୁର ଜିଏମ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣ ନୂତନ ଜିଏମ ଙ୍କୁ ଅଭିବାଦନ ଜଣାଇଥିଲେ। ଶ୍ରୀଯୁକ୍ତ ଝା ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ର ବସୁନ୍ଧରା ଜିଏମ ରୂପେ କାର୍ଯ୍ୟ କରି ଆସୁଥିଲେ। ତେବେ ଆଜିଠାରୁ ତାଙ୍କୁ ଲଖନପୁର କୋଇଲା ଖଣି ଅଞ୍ଚଳ ର ଜିଏମ ଭାବରେ ଅଧିଷ୍ଠିତ କରାଇଛି ମହାନଦୀ କୋଲ ଫିଲ୍ଡ ଲିମିଟେଡ।

ପ୍ରକାଶ ଥାଉକି , ଗତକାଲି ଏମସିଏଲ ପକ୍ଷରୁ ୪ ଗୋଟି ଜିଏମ କାର୍ଯ୍ୟାଳୟ ରେ ଜେନେରାଲ ମ୍ୟାନେଜର ଙ୍କୁ ଅଦଳ ବଦଳ କରିବା ନେଇ ନୋଟିସ ଜାରି କରିଛନ୍ତି। ତେବେ ଲଖନପୁର ଖଣି ଅଞ୍ଚଳ ନୂତନ ଜିଏମ ଙ୍କ ତତ୍ତ୍ଵାବଧାନରେ କିଭଳି ଆଗକୁ ବଢୁଛି ତାହା ଆଗାମୀ ଦିନରେ ଜଣା ପଡ଼ିବ। ଝାରସୁଗୁଡ଼ା ଲଖନପୁର ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.