Type Here to Get Search Results !

ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଳା ସ୍ତରୀୟ କର୍ମଶାଳା


ସୁବର୍ଣ୍ଣପୁର :-

ଆଜି କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଓଇପିକ୍ରା ଯୋଜନା ଉପରେ ଆଧାରିତ ଏକ କର୍ମଶାଳା ସହାଭାଗୀ ଅନୁଷ୍ଠାନ ଆଇ ଆର ଡି ଏମ ଏସ,ଜୋନ -୫ ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।  ଆଇ ଆର ଡି ଏମ ଏସ, ଜୋନ -୫ ର ଟିମ ଲିଡର ଶ୍ରୀ ପରୀକ୍ଷିତ ଚୌହାନ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ କ୍ଷୁଦ୍ର ଜଳସେଚନ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ଼ଃ ଜୀବନଜୀତ ସେନ, ଡ଼ଃ ସୁରଜ୍ୟୋତି ପ୍ରଧାନ, ଡ଼ଃ ତ୍ରିନାଥ ଖଣ୍ଡାୟତରାୟ, ପ୍ରାଣୀ ବିଭାଗର ଜିଲ୍ଲା ମୁଖ୍ୟ ଅଧିକାରୀ ବୃନ୍ଦ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ଉପରେ ଆଲୋକପାତ କରିଥିଲେ । ସହଯୋଗୀ ବିଭାଗ ଏବଂ ସହାଭାଗୀ ଅନୁଷ୍ଠାନର ମିଳିତ ସହଯୋଗରେ ଆଗାମୀ ଆର୍ଥିକ ବର୍ଷ ୨0୨୨ -୨୩ ପାଇଁ ଯୋଜନା ପ୍ରସ୍ତୁତ ନିମନ୍ତେ ସ୍ଥିର କରାଗଲା । ଚାଷୀ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଓ ଇ ପି କ୍ରା ଯୋଜନାରେ ପାଣି ପଂଚାୟତକୁ ସୁଦୃଢ଼ୀ କରଣ କରାଯାଇ ତା ମାଧ୍ୟମରେ କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ପାଣିପାଞ୍ଚାୟତ କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଓଇପିକ୍ରା ଯୋଜନାରେ ଜଡିତ ଆଇ ଆର ଡି ଏମ ଏସ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।ସର୍ବ ଶେଷରେ ଅନୁଷ୍ଠାନର ମତ୍ସ୍ୟ ପରାମର୍ଶ ଦାତା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ସୁରେଶ୍ କଲତା ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.