Type Here to Get Search Results !

ମେଡିକାଲ୍ ଛାତ୍ର ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା, ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଏସପି ଙ୍କୁ ଦାବୀପତ୍ର ପ୍ରଦାନ


ବଲାଙ୍ଗୀର : -

ବଲାଙ୍ଗୀର ଏକ୍ସନ କମିଟି ର ୮ ଜଣିଆ ଟିମ୍ ଭିମ ଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାର ମୃତ ଘଟଣା କୁ ନେଇ ବଲାଙ୍ଗୀର ଏସ.ପି ଙ୍କୁ ଭେଟି ଏବଂ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବଲାଙ୍ଗୀର ,ବଲାଙ୍ଗିର ମେଡିକାଲ କଲେଜ ର ପ୍ରଥମ ବର୍ଷ ର ଛାତ୍ର ହରିୟାଣା ର ନିଶାନ୍ତ କୁମାର ଙ୍କ ଅସ୍ୱାଭାବିକ ମୃତ୍ୟୁ ର ତଦନ୍ତ ରେ ହେଉଥିବା ବିଳମ୍ବରେ ଅସନ୍ତୋଷ ପ୍ରକାଶ କରି,ଆଜି ବଲାଙ୍ଗିର ଏକ୍ସନ କମିଟି ର ଏକ ପ୍ରତିନିଧି ମଣ୍ଡଳ ,କମିଟି ର ଆବାହକ ଶ୍ରୀ ଗୋପାଲଜି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବଲାଙ୍ଗିର ଏସ.ପି. ଙ୍କୁ ସାକ୍ଷାତ କରିଥିଲେ।

               ଗତ ତା:୨୨.୦୪.୨୦୨୨ରେ ଛାତ୍ର ନିଶାନ୍ତ କୁମାର ଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଏକ୍ସନ କମିଟି ର ଏକ ପ୍ରତିନିଧି ମଣ୍ଡଳ ମେଡିକାଲ କଲେଜ ର ଅଧକ୍ଷା ଙ୍କୁ ସାକ୍ଷାତ କରି,ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ପାରିପାର୍ଶ୍ବିକ ସ୍ଥିତି କୁ ଅନୁମାନ କରି ରାଗିଙ୍ଗ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ।କଲେଜ ଅଧକ୍ଷା ଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ କମିଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

        ଗଣମାଧ୍ୟମ ତଥା ସୋସିଆଲ ମେଡିଆ ର ତଥ୍ୟ କୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ ନିଶାନ୍ତ କୁମାର ଙ୍କ ମୃତ୍ୟୁ ରାଗିଙ୍ଗ ଯୋଗୁଁ ହୋଇଛି।କିଛି ବିଶୃଙ୍ଖଳିତ ଛାତ୍ର ଙ୍କ ଯୋଗୁଁ ,ବଲାଙ୍ଗିର ମେଡ଼ିକାଲ କଲେଜ ଦେଶରେ ବଦନାମ ହେଉଛି,ତେଣୁ ଦୋଷୀ ଙ୍କୁ ଘଣ୍ଟ ଘୋଡେଇବା ବନ୍ଦ କରି ନିରପେକ୍ଷ ତଦନ୍ତ କରିବା ଓ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାପାଇଁ ପ୍ରତିନିଧି ମଣ୍ଡଳ ଆଜି ଏସ.ପି.ଙ୍କୁ ଅନୁରୋଧ କରିଥିଲେ।ଏହା ବ୍ୟତୀତ ବଲାଙ୍ଗିର ସହର ରେ ବଢ଼ି ଚାଲିଥିବା ଅପରାଧ ଏବଂ ଟ୍ରାଫିକ ସମସ୍ୟା ବିଷୟରେ ମଧ୍ୟ ଏସ.ପି. ଙ୍କ ସହ ଆଲୋଚନା ହୋଇଥିଲା।

   ଆଜି ର ପ୍ରତିନିଧି ମଣ୍ଡଳ ରେ ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ଭବାନୀ ଶତପଥୀ, ସାଗରିକା ଗୁରୁ,ଗିରିଶ ସିଂହଦେଓ, ଯୁବ ସଂଯୋଜକ ରିଲୁ ରଥ ଏବଂ ଯୁବ ସଭାପତି ବିନୋଦ କୁମାର କାଲସାଏ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.