Type Here to Get Search Results !

ତାଳଚେର ବାସୀଙ୍କ ବୃହତର ସ୍ଵାର୍ଥ ଦୃଷ୍ଟିରୁ ଆଜି “ତାଳଚେର ସୁରକ୍ଷା ମଞ୍ଚ” ଦେଇଥିବା ବନ୍ଦ ଡାକରା ଆଜି ସଫଳ ହୋଇଛି


ତାଳଚେର :-

ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାପାଳ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ, ଘଣ୍ଟପଡା ଗ୍ରାମର ସଭାପତି, ସଂପାଦକ, ଜିଲ୍ଲା ପରିଷଦ ସଦସ୍ୟ,ବ୍ଲକ ଅଧ୍ୟକ୍ଷା ତାଳଚେର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା କଣିହାଁ ଏବଂ MCL ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମାଧାନି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ହେଲାକି ତାଳଚେର ମେଡିକାଲ କଲେଜ କୁ ରାଜ୍ୟ ସରକାର ଚଲାଇବେ ଏବଂ ଏହାର ସମସ୍ତ ଖର୍ଚ୍ଚ MCL କର୍ତ୍ତୃପକ୍ଷ ବହନ କରିବେ। ଏହା ସହିତ ରେଲୱେ କର୍ତ୍ତୃପକ୍ଷ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଛଅ ମାସ ମଧ୍ୟରେ ବ୍ୟୟ ଅଟକଳ ପ୍ରସ୍ତୁତି କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.