ବରଗଡ଼ / ପଦ୍ମପୁର :-
ଗତକାଲି ବରଗଡ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ର ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ମୁଣ୍ଡୁଲି, କଟକ ତରଫରୁ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ସୁଜନ ସେଠ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । NDRF ର ଟିମ୍ କମାଣ୍ଡର ଉଦୟ ଶଙ୍କର ପ୍ରସାଦ ଓ ସବ୍ ଇନ୍ସପେଟର ରମେଶ କୁମାର ଙ୍କ ତତ୍ବାବଧାନରେ ପ୍ରଶିକ୍ଷକମାନେ ଯୁବ ରେଡକ୍ରସ୍, ଏନ୍.ସି.ସି ଓ ଏନ୍. ଏସ୍ . ଏସ, ର ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ସମେତ ମହାବିଦ୍ୟାଳୟ ର ଅଧ୍ୟାପକ -ଅଧ୍ୟାପିକା ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଯୁବ ରେଡ୍ କ୍ରସ୍ ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଧନ୍ୟବାଦ ପ୍ରଦାନ କରିଥଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ତିନିଶହ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

