ଝାରସୁଗୁଡ଼ା :-
ଗତ ତା ୨୯ ଏପ୍ରିଲ ୨୦୨୨, ରେ ଝାରସୁଗୁଡ଼ା JCI (Junior chamber International) ପକ୍ଷରୁ ନୂତନ ସଦସ୍ୟ ଚୟନ କରାଯାଇଛି। ଝାରସୁଗୁଡ଼ା ସ୍ଥିତ ସ୍ୱରୂପ ଗାର୍ଡେନ ଠାରେ ଏହି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମୁନମୁନ ମୁନ୍ଦ୍ରା JCI ଝାରସୁଗୁଡ଼ା ର ସଭାପତି ରୂପେ ଚୟନ ହୋଇଥିବା ବେଳେ ନେହା ବଙ୍ଗଦ ସମ୍ପାଦକ ରୁପେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜୋନ ସଭାପତି ଶ୍ରୀ ଏସିଆ ଅଗ୍ରୱାଲ, ସମ୍ମାନିତ ଅତିଥି ରୂପେ ଶ୍ରୀ ଶୁଭମ୍ ଟିବଡେଵାଲ ଏବଂ ବକ୍ତା ରୂପେ ବିକାଶ ସୁଲତାନିଆ ଯୋଗ ଦେଇଥିଲେ। ଏହି ଉତ୍ସବରେ ଝାରସୁଗୁଡ଼ା ରୁ ଅନେକ ସ୍ବେଛସେବୀ ଅନୁଷ୍ଠାନ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା। ଯେହେତୁ JCI ଏକ ଆନ୍ତର୍ଜାତୀୟ ଅନୁଷ୍ଠାନ ତେଣୁ ଏହା ଦ୍ଵାରା କିଭଳି ବୌଦ୍ଧିକ ଓ ବୃତ୍ତିଗତ ସୁଧାର ରେ ଆଣି ପାରିବେ ସେ ନେଇ ଏଠାରେ ଆଲୋଚନା ହୋଇଥିଲା। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

