Type Here to Get Search Results !

ସମାଧି ଉପରେ ତିଆରି ହେଲା ଖେଳ ପଡ଼ିଆ,ଏବେ ଶବକୁ ମଶାଣି ମନା



ଧାମନଗର :-

            ଶବକୁ ମଶାଣି ମନା, କଥାଟି ଶୁଣି ଅଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ, ହେଲେ କଥାଟି ବାସ୍ତବରେ ସତ.ମଶାଣି ବଦଳରେ ଘର ବାଡ଼ିରେ ଜୁଇ ଜଳାଯାଉଛି.କାରଣ ମଶାଣି ପାଲଟିଛି ଏବେ ଖେଳ ପଡ଼ିଆ. ଗ୍ରାମବାସୀ ମାନେ କେଉଁଠି କରିବେ ଶବର ଅନ୍ତିମ ସଂସ୍କାର.ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ.ପଞ୍ଚାୟତ ସମିତି ପକ୍ଷରୁ ମଶାଣିକୁ ଖେଳପଡିଆ କରାଯିବା ପରେ ଲୋକେ ଶେଷକୃତ୍ୟ କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି.ଏହାର ଉଦାହରଣ ସ୍ୱରୂପ ଏହି ଗ୍ରାମର ଉର୍ମିଳା ନାମକ ଜଣେ ମହିଳାଙ୍କ ଦେହାନ୍ତ ହେଲା ପରେ ପରିବାର ଲୋକ ଧାମନଗର ବ୍ଲକର ରାଧାବଲ୍ଲବପୁର ପଞ୍ଚାୟତ ଛତ୍ରପଦା ମଶାଣିରେ ଶବଦାହ କରିବାର ପ୍ରସ୍ତୁତ କରିଥିଲେ। ହେଲେ ଗାଁ ମଶାଣି ଯେ ଆଉ ମଶାଣି ହୋଇ ନାହିଁ ,ଏକଥା ପରିବାର ଲୋକ ଜାଣିନଥିଲେ। ଶହ ଶହ ବର୍ଷର ପୁରୁଣା ମଶାଣୀ ଏବେ ମଶାଣି ନୁହେଁ ଖେଳ ପଡିଆ ପାଲଟିଯାଇଛି। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ନିଜ ଘରବାଡ଼ିରେ ଉର୍ମିଳାଙ୍କ ଶେଷ କୃତ୍ୟ କରାଗଲା.ପୂର୍ବରୁ ମଶାଣିରେ ଥିବା ସହ ସହ ସମାଧି ଗୁଡିକୁ ଭଙ୍ଗାଯାଇ ତାହା ଉପରେ ଧାମନଗର ପଞ୍ଚାୟତ ସମିତି ତରଫରୁ ମାଟି ପକାଇ ଖେଳ ପଡିଆ ବନାଯାଉଛି।  ମଶାଣୀ ପଡିଆରେ ମନରେଗା ଯୋଜନାରେ କାମ ହେଉଛି। ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ବାଳ ଓ ସ୍ଥାନୀୟ ସମିତି ସଭ୍ୟ ସୁର୍ଯ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମଶାଣିକୁ ଭାଙ୍ଗି ଖେଳ ପଡିଆ ନିର୍ମାଣ ପାଇଁ ନଡ଼ିଆ ବାଡେଇ ଭିତ୍ତିପ୍ରସ୍ତର ପକାଇଛନ୍ତି। 

ନେତାଙ୍କ ଶୁଭଦେବା ଦୁଇଦିନ ପରେ ମଶାଣିରେ ଖେଳପଡିଆ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନେରେଗା ଯୋଜନାରେ କାମ ହେଉଥିବା କୁହାଯାଉଥିବା ବେଳେ ଦିନ ରାତି ବିନା ଶ୍ରମିକରେ ଡ୍ରୋଜର ଓ ଟ୍ରାକ୍ଟର ସହାଯ୍ୟରେ ଠିକାଦାରମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଶ୍ମଶାନ ଏପରି କାର୍ଯ୍ୟ କରିବା ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ, ଏହା ପଞ୍ଚାୟତ ସମିତି କାର୍ଯ୍ୟ ତେଣୁ ମୁଁ ସେ ବିଷୟରେ କିଛି କହି ପାରିବିନି ଓ ଏ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀମାନଙ୍କ ସହ ସମ୍ପର୍କ ଖରାପ ହେବ। ସେଥିପାଇଁ ମୁଁ ଚୁପ୍ ରହିଛି। ଅନ୍ୟପଟେ ଧାମନଗର ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ କହିଛନ୍ତି ଯେ, ଏପରି କାର୍ଯ୍ୟ ହେଉଛି ବୋଲି ଅଭିଯୋଗ ଆସିଛି। ଖୁବଶୀଘ୍ର ତଦନ୍ତ କରି କାର୍ଯାନୁଷ୍ଟାନ ଗ୍ରହଣ କରାଯିବ। ତେବେ ପୂର୍ବ ପୁରୁଷରୁ ରହି ଆସିଥିବା ମଶାଣି ଏବେ ଖେଳ ପଡିଆ ହେଉଛି। ଗ୍ରାମରେ ଶବଦାହ ପାଇଁ ଆଉ ବିକଳ୍ପ ଯାଗା ନାହିଁ, ତେଣୁ ଲୋକମାନେ ଏବେ କେଉଁଠି ନିଜ ପ୍ରିୟଜନଙ୍କ ଶବସତ୍କାର କରିବେ ତାହା ଏକ ବଡ ପ୍ରଶ୍ନ.ଛତ୍ରପଦା ଗ୍ରାମରେ ଏମିତିବି ପରିବାର ଅନେକ ପରିବାର ଅଛନ୍ତି ଯାହାଙ୍କର ଘରଡିହ ଖଣ୍ଡେ ଛାଡିଲେ ଆଉ ଜାଗା ନାହିଁ ତାହେଲେ ସେମାନେ ଶବଦାହ କରିବେ କେଉଁଠି? ଏବେ ଦେଖିବାକୁ ବାକି ରହିଲା ଏପରି କାର୍ଯ୍ୟ କରୁଥିବା ଠିକାଦାରଙ୍କ ଉପରେ ବ୍ଲକ ପ୍ରଶାସନ କିପରି କାର୍ଯାନୁଷ୍ଠାନ ନେଉଛି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

1 Comments
* Please Don't Spam Here. All the Comments are Reviewed by Admin.