Type Here to Get Search Results !

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀଙ୍କ ଜନ୍ମୋତ୍ସବ ବା ବୈଶାଖ ମେଳା


ପଦ୍ମପୁର :-

ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀ ଙ୍କ ଜନ୍ମଉତ୍ସବ ବା ବୈଶାଖ ମେଳା ହୋଇଛି।ଗତ ୧୨ ତାରିଖ ଏକାଦଶୀ ତିଥି ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀଙ୍କ ଜନ୍ମୋତ୍ସବ ବା ବୈଶାଖ ମେଳା ଆଜି ତୃତୀୟ ଦିନରେ ବିଶ୍ଵଶାନ୍ତି ମହାଯଜ୍ଞରେ ୫୦ ହଜାର ବୀଜମନ୍ତ୍ର ଜପ କରାଯାଇଛି।ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସମେତ ୧୧ଜଣ ପଣ୍ଡିତଙ୍କ ଦ୍ଵାରା ପ୍ରତଃହ ଜପ କରୁଥିବା ବେଳେ ପୂଜା କର୍ତ୍ତା ଭାବେ ଚୂଡ଼ାମଣି ଭୁଏ ଓ ତାଙ୍କ ସହଧର୍ମିଣୀ ଦାୟିତ୍ବ ନିର୍ବାହ କରୁଛନ୍ତି।ଆଜି ନୃସିଂହ ଚତୁର୍ଦ୍ଦଶୀ ରେ ମହାପ୍ରଭୂ ନୃସିଂହ ଠାକୁର ମାର୍ଯାର କେଶରୀଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି। ମହାପ୍ରଭୁ ଆଜି ଉପବାସ ରହୁଥିବା ହେତୁ ଭକ୍ତ ମାନେ ମଧ୍ୟ ଉପବାସ ରହିଥାନ୍ତି।ମହାପ୍ରଭୁଙ୍କୁ ଉଠାଇ ଚନ୍ଦନ କର୍ପୂର ସୁଭାସିତ ଜଳରେ ସ୍ନାନ କରି ନୂତନ ବସ୍ତ୍ର ଓ ଅଳଙ୍କାର ଭୂଷଣ ପରିଧାନ କରାଯାଇଛି।ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୂ ମାର୍ଯାର କେଶରୀ ଙ୍କୁ ଗନ୍ଧମାର୍ଦ୍ଦନ ପାହାଡ଼ରେ କନ୍ଦା ଖୋଲୁ ଖୋଲୁ ପାଇଥିବା ଯମୁନା କନ୍ଧୁଣୀ ଙ୍କ ବଂଶଧର କନ୍ଧ ସମାଜ ଦ୍ଵାରା ଆଜି ପିତ କନ୍ଧା ଭୋଗ ଅର୍ପଣ ଓ ଧ୍ଵଜା ବନ୍ଧନ କରାଯାଇଛି।ଏ ଅବସରରେ ଆଜି ସଙ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ପରିବେଷଣ ଓ ମୂଷିକ ଦତ୍ୟ ଦରବାର ଆରମ୍ଭ ହୋଇଛି।ଆଜି ବୈଶାଖ ମେଳା ସଂକୃତିକ ମଞ୍ଚ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି ସଭାପତି ତଥା ବି.ଡି.ଓ.ସୁଶ୍ରୀ ଉପାଞ୍ଜଳି ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭୁବନେଶ୍ୱର ରଶ୍ମିରଞ୍ଜନ ନାୟକ ଙ୍କ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.