ପୁରୀ :-
ଡେଲାଙ୍ଗ ବ୍ଲକ ର ମହତାବ ସ୍ପୋର୍ଟସ ଏକାଡେମୀ ର ଛାତ୍ରଛାତ୍ରୀ ମାନେ ଆଣିଲେ ୮ ପଦକ। ୨୪ ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ ରେ ଡେଲାଙ୍ଗ ର ମହତାବ ସ୍ପୋର୍ଟସ ଏକାଡେମୀ ରୁ 8 ଆଠ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସର୍ବକନିଷ୍ଟ ବିଭାଗରେ ସାଇ ସତ୍ୟବ୍ରତ ଦାସ ରୌପ୍ୟପଦକ ହାସଲ କରିଥିବା ବେଳେ, ସୁଭଲକ୍ଷ୍ମୀ ଦାସ କାଂସ୍ୟ ପଦକ ଏବଂ ଓମପ୍ରକାସ ପୃଷ୍ଟି କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି କନିଷ୍ଠ ବିଭାଗରେ-ଅଂଶୁମାନ ସାହୁ ରୌପ୍ୟ ପଦକ ହାସଲ କରିଥିବା ବେଳେ,ହିମାଂଶୁ ରାଉତ କାଂସ୍ୟ ପଦକ , ଅନୁସୁଡିନି ଖାଁ କାଂସ୍ୟ ପଦକ ହାସଲ କରିଛନ୍ତି। ବରିଷ୍ଟ ବିଭାଗରେ ଶାନ୍ତନୁ ବିଶ୍ୱାଳ ଓ ଗାୟତ୍ରୀ ସେଠୀ କାଂସ୍ୟ ପଦକ ହାସଲ କରିଥିଲେ। କୋଚ ସଂଗ୍ରାମ ମହାନ୍ତି ଓ ମ୍ୟାନେଜର ସନାତନ ସାହୁ ଏହି ଦଳରେ ସାମିଲ ହୋଇଥିଲେ । ତା ୨୦,୨୧,୨୨ ତିନି ଦିନ ବ୍ୟାପୀ ଏହି ଚାମ୍ପିଅନସିପ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୁରୀ ଜିଲ୍ଲାର ସମ୍ପାଦକ ନଟବର ସେଠୀ ଙ୍କୁ ବ୍ଲାକ ବେଲ୍ଟ ସହିତ ସେନ୍ ସାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା। କ୍ରୀଡାବିତ୍ ମାନଙ୍କୁ ଅଞ୍ଚଳର ଜନସାଧାରଣ, ଡେଲାଙ୍ଗ କୋଠାବାଡ଼ ଗ୍ରାମପଞ୍ଚାୟତ ର ସରପଞ୍ଚ ଦୀପକ ସାହୁ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ସାହୁ, ସୁଜନପୁର ଗ୍ରାମ ପଞ୍ଚାୟତ ର ନୋମିନି ତଥା ଯୁବ ନେତା ଅଜୟ କୁମାର ରାଉତରାୟ, ୧୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଧନ୍ୟବାଦ ଅର୍ପଣ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ। ଯାହା ଫଳରେ ଡେଲାଙ୍ଗ ପିପିଲି ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ଡେଲାଙ୍ଗ ବ୍ଲକ ରେ କ୍ରୀଡ଼ାର ଭିତ୍ତି ଭୂମୀ ପାଇଁ ନିଜ ପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ସାହୁ ଅନୁରୋଧ କରିଛନ୍ତି।
ପୁରୀ ରୁ ପ୍ରଦୀପ ନାୟକ ଙ୍କ ରିପୋର୍ଟ

