Type Here to Get Search Results !

ବିଜୟ ର ବାନା ଉଡାଇଲା ବୋଡାସମ୍ବର କିଙ୍ଗ୍


ବରଗଡ :-

ବରଗଡ ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ଚତୁର୍ଥତମ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।ତା ୧୫.୦୫.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା ୨୨.୦୫.୨୦୨୨ରିଖ ଦିବସ ରେ ଉଦଯାପିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ପାଞ୍ଚ ଗୋଟି ଫୁଟବଲ ଦଳ ଯଥା- ବୋଡ଼ାସମ୍ବର କିଙ୍ଗ୍(ପଦ୍ମପୁର),  ବରଗଡ଼ ରେଲୱେ(ବରଗଡ଼), ଏସଏସୱାଇଏସ (ଗୋବିନ୍ଦପାଲି),ଓରିୟରସ (ବରଗଡ଼), ବରପାଲି ଭିଜନ(ବରପାଲି) ଅଂଶ ଗ୍ରହଣ କରି ତାଙ୍କ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ ସହିତ ଦର୍ଶନ ଙ୍କ ମନ ଜିଣି ନେଇଥିଲେ।ଏଥି ମଧ୍ୟରୁ ବରପାଲି ଭିଜନ ଓ ବୋଡାସମ୍ବର କିଙ୍ଗ ଫାଇନାଲ ମ୍ୟାଚ କୁ ଉନ୍ନତି ହୋଇଥିଲେ ।ଦୁଇ ଦଳଙ୍କ ମଧ୍ୟ ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଶେଷରେ ବୋଡାସମ୍ବର କିଙ୍ଗ ଦଳ ୨.୦ ଗୋଲ ରେ ବରପାଲି ଭିଜନ କୁ ପରାସ୍ତ କରିଥିଲେ ।ବୋଡ଼ାସମ୍ବର କିଙ୍ଗ ର ଖେଳାଳି ମାନେ ସଫଳତା ର ସହ ତାଙ୍କ ଖେଳ ପ୍ରଦର୍ଶନ କରି ବୋଡାସମ୍ବର କିଙ୍ଗ ର ନାମକୁ ଉଜ୍ଜ୍ୱଳ କରିଥିବାରୁ ଟିମ୍ ର ମୁଖ୍ୟ ଶ୍ରୀମାନ କୁନାଲ ସିଂ ବରିହା ଏବଂ ଭୋଜରାଜ ସିଂ ବରିହା ଖେଳାଳି ମାନଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।ଏହି ଟିମ୍ ର ଖେଳାଳି ମାନେ ହେଲେ ସର୍ବଶ୍ରୀ:-ରାକେଶ ,ବିକି , ରାହୁଲ,ଫ୍ଳୋରାସିସ,ରାକେଶ ଓରାମ, ବିନୟ କିଶାନ, ପ୍ରଶାନ୍ତ ଓରାମ, ବିଜୁ ଓରାମ, ସଞ୍ଜିବ ଖରା ,ପପୁବେହେରା, ରଜତ,କରଣ, ରୁନୁ,ତପନ, ଓମ୍,ଟେକାରୁ, ମିଥୁନ,ମିଲନ, ଅନ୍ତର୍ଯ୍ୟାମୀ ନାଏକ,ନରେଶ ବାରିକ, ଲକ୍ଷ୍ମଣ ତାଣ୍ଡି,ଅଜୟ ଓରାମ,ନାଗ ଦାନୀ ।ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ମ୍ୟାନେଜର ହିସାବରେ ସର୍ବଶ୍ରୀ:-ଅଶୋକ କାଲସାଇ, ପ୍ରଦୀପ ଜାଲ, ରିତେଶ ସାହୁ, ଉମେଶ ନାଏକ,ବାବୁଲୁ ସାହୁ, ଭବାନୀ ମାଝୀ ଖୁବ୍ ସୁନ୍ଦର ଭାବେ ଦାୟିତ୍ଵ ସଂପାଦନ କରିଥିଲେ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.