Type Here to Get Search Results !

ଅନ୍ତଃ ଜିଲ୍ଲା ବାଇକ୍ ଚୋର ଗିରଫ, ୫ ବାଇକ୍ ଜବତ୍

 


ବ୍ରଜରାଜନଗର :-

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ଗତ କାଲି ଅନ୍ତଃ ଜିଲ୍ଲା ବାଇକ୍ ରାକେଟ ର ପରଦାଫାସ କରିଛି ବ୍ରଜରାଜନଗର ପୋଲିସ। ଏହାସହ ଝାରସୁଗୁଡ଼ା ଥାନା ଅଞ୍ଚଳରୁ ୨ ଟି, ବ୍ରଜରାଜନଗର ଥାନା ଅଞ୍ଚଳରୁ ଗୋଟିଏ, ବଡ଼ମାଳ ଥାନା ଅଞ୍ଚଳରୁ ଗୋଟିଏ ତଥା ଅଜଣା ଆଉ ଏକ ବାଇକ୍ ଜବତ କରାଯାଇଛି। ଏହି ଚୋରି ର ମୁଖ୍ୟ ଅଭିଯୁକ୍ତ ରାଇଡହି ସୁନ୍ଦରଗଡ଼ ଅଞ୍ଚଳର ରୀଙ୍କୁ କଲେଟ କୁ ଗିରଫ କରାଯାଇଛି । ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ରିଙ୍କୁ ଏଭଳି ବାଇକ୍ କୁ ଚୋରି କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରଜରାଜନଗର ଥାନ ରେ କେଶ୍ ନମ୍ୱର୍ ୧୩୨ ଅନ୍ତର୍ଗତ ଆଇପିସି ଧାରା ୩୭୯ ଅନ୍ତର୍ଗତ ରିଙ୍କୁ କୁ ଗତକାଲି ପୋଲିସ କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.