ଝାରବନ୍ଧ :-
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅଧିନସ୍ଥ ତୁର୍ଲା ଗ୍ରାମ ରେ ବଂଜାରା ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବ ରେ ଅନୁଷ୍ଠିତ ସଭା ରେ ବଂଯାରା ସମାଜ ର ଉତ୍ତରୋତ୍ତର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଇଥିଲା । ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି, ରାଜନେତା, ସମାଜସେବୀ ଉକ୍ତ ସଭା ରେ ବାଞ୍ଜାରା ସମାଜ ର ଭବିଷ୍ୟତ ଉନ୍ନତି ର କାମନା କରି ଅନେକ ଦିଗ ଦର୍ଶନ ଦେଇ ଥିଲେ । ଉକ୍ତ ବାର୍ଷିକୋତ୍ସବ ରେ ଯୁବନେତା ଭୋଜରାଜ୍ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାରବନ୍ଧ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିଜୟ ପ୍ରଧାନ, ବରଗଡ଼ ଜିଲ୍ଲା ହ୍ୟୁମାନ ରାଇଟ ଫ୍ରଣ୍ଟ , ଇଣ୍ଡିଆ ର ସଭାପତି ହରିଶଙ୍କର ଅଗ୍ରୱାଲ ଓ ତୂର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଚାନ୍ଦ ଟୁ ବୁ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ବାର୍ଷିକ ଉତ୍ସବ କୁ ବଞ୍ଜାରା ସମାଜ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଆୟୋଜନ କରିଥିଲେ ।
ଝାରବନ୍ଧ ରୁ ଫକିର ରଣା ଙ୍କ ରିପୋର୍ଟ

