Type Here to Get Search Results !

ପୁରେନା ଗ୍ରାମରେ ଅଚଳ ନଳକୂପ ମରାମତି ଦାବୀ


ପଦ୍ମପୁର :-

ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଭଲି ଏକ ଦୃଶ୍ଯମାନ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମ କେଉଁଟପଡା ଠାରେ । ପାଣି ଜଳ ଟିକିଏ ପାଇଁ ଡହକ ବିକଳ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପୁରେନା ଗ୍ରାମର କେଉଁଟପଡା ରେ ଦୁଇଟି ନଳକୂପ ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଦୁଇ ମାସ ହେଲାଣି ଗୋଟିଏ ନଳକୂପ ଅଚଳ ହୋଇ ପଡିଛି । ଲୋକ ମାନେ ପାଣି ଟିକିଏ ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ଦୂରରେ ଥିବା ଅଙ୍ଗନଦୀ କୁ ଯାଇ ପାଣି ସଂଗ୍ରହ କରି ଆଣୁଛନ୍ତି । ତେଣୁ ଏହି ପଡାରେ ଥିବା ଅଚଳ ନଳକୂପ କୁ ଶୀଘ୍ର ମରାମତି କରିବା ପାଇଁ ପଡାବାସୀ ଦାବୀ କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.