ପଦ୍ମପୁର :-
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଏବଂ ବୈଶାଖ ମେଳା ଉତ୍ସବ ପାଞ୍ଚ ଦିନ ଧରି ମହା ସମାରୋହରେ ପାଳିତ ହେଉଛି । ଗତ ଦୁଇବର୍ଷ ଧରି ଉକ୍ତ ମେଳା ବନ୍ଦ ରହିଥିବା ଯୋଗୁଁ ଏବର୍ଷ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଯାଇଛି। ଉତ୍ସବର ପ୍ରଥମ ଦିବସରେ ପାପହାରିଣୀ ଝରଣାରୁ ୧୦୮ କଳସ ଆଣି ବିଶ୍ଵଶାନ୍ତି ମହାଯଜ୍ଞ ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଦ୍ଵିତୀୟ ଦିବସରେ ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭ, ଦେବଦେବୀ ଆମନ୍ତ୍ରଣ ଓ ବିଜମନ୍ତ୍ର ଜପ ହୋମ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତା ଭାବରେ ଖଣ୍ଡିଝରଣ ଗ୍ରାମର ଗୌନ୍ତିଆ ଚୂଡ଼ାମଣି ଭୁଏ ଏବଂ ତାଙ୍କ ଧର୍ମପତ୍ନୀ ସନ୍ତୋସିନୀ ଭୁଏ ଦାୟିତ୍ବ ତୁଲାଉଥିବା ବେଳେ ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତା,ରାମଚନ୍ଦ୍ର ତ୍ରିପାଠୀ,ସୁଜ୍ଞାତ ପୁରୋହିତ,ମିତ୍ରଭାନୁ ଦେବତା,ବିକାଶ ଦେବତା,ଉମେଶ ଚନ୍ଦ୍ର ଦେବତା,ହିମାଂଶୁ ପଣ୍ତା,ନରସିଂହ ହୋତା,ସିଦ୍ଧେଶ୍ବର ସାବତ ଙ୍କ ସମେତ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାକାର୍ଯ୍ୟ ତୁଲାଉଛନ୍ତି । ବୈଶାଖ ମେଳାରେ ଅନ୍ତରାଜ୍ୟ ବ୍ୟବସାୟୀଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳର ଭକ୍ତ ମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମେଳାକୁ କିପରି ଭଲ ରେ ସମାପ୍ତ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏହି ମେଳାରେ ଆକର୍ଷଣ ମୀନା ବଜାର,ସର୍କସ,ବାଣିଜ୍ୟ ମେଳା, ବିଭିନ୍ନ ପ୍ରାନ୍ତର କଳାକାର ତଥା ଭକ୍ତ ମାନେ ଆନନ୍ଦ ସହକାରେ ନୃସିଂହ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି ।
ମନ୍ଦିର ପରିଚାଳନା କମିଟି ପକ୍ଷରୁ ତଥା ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଶାନ୍ତି ଶୃଙ୍ଖଳା ସହ ବୈଶାଖ ମେଳା କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ନିବେଦନ କରିଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ


