Type Here to Get Search Results !

ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ନିଖୋଜ!!


ଆସିକା / ଭୁବନେଶ୍ୱର :-

ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ନିଜ ଭୁବନେଶ୍ୱର ସୂର୍ଯ୍ୟ ନଗର ସ୍ଥିତ ବାସଭବନ ରୁ କେଉଁ ଆଡେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।ନିଖୋଜ ସମ୍ପର୍କରେ ତାଙ୍କ ପୁଅ ସଙ୍ଗୀତ ପାଢ଼ୀ ସ୍ଥାନୀୟ କ୍ୟାପିଟାଲ ଥାନାରେ ପ୍ରାଥମିକ ସୂଚନା ଦେଇ ଉଲ୍ଲେଖ କରିଛନ୍ତି ଯେ,ଗତ ୧୨ ତାରିଖ ରୁ ସକାଳ ୮ଘଂଟା ସମୟରେ ତାଙ୍କ ପିତା ସରୋଜ ପାଢ଼ୀ ବାହାରକୁ ଯାଇ ଆଉ ଘରକୁ ଫେରି ନାହାନ୍ତି।ପରିବାର ପକ୍ଷରୁ ତାଙ୍କ ମୋବାଇଲ ଫୋନ କୁ ସମ୍ପର୍କ କଲେ ଫୋନ ସ୍ୱିଚ ଅଫ ଥିବା କହୁଛି।ଗତ କିଛି ଦିନ ହେବ ତାଙ୍କ ଫୋନ କୁ ବାରମ୍ବାର କେତେକ କଲ ଆସୁଥିବାରୁ ସେ ମାନସିକ ଭାବେ ବିବ୍ରତ ଥିବା କଥା ତାଙ୍କ ପୁଅ ସଙ୍ଗୀତ ପ୍ରକାଶ କରିଛନ୍ତି।ତେଣୁ ତାଙ୍କ ପିତାଙ୍କୁ କେହି ଅପହରଣ କରିଥାଇ ପରେ ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି। ତେବ ସେ ନିଜ ଇଚ୍ଛାରେ କେଉଁ  ଚାଲି ଯାାାଇଛନ୍ତି କି  ତାଙ୍କ ଅପହରଣ ହୋଇଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣା ପଡ଼ିବ। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.