Type Here to Get Search Results !

ବିଜେଡ଼ି ବିଧାୟିକା ପ୍ରାର୍ଥୀ ହେଲେ ଅଳକା ମହାନ୍ତି

 


ବ୍ରଜରାଜନଗର / ଝାରସୁଗୁଡ଼ା :-

ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଙ୍କ ଅକାଳ ବିୟୋଗ ପରେ ଆସନ୍ତା ମେ ୩୦ ତାରିଖରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପଦ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ତେବେ ଏ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଜେଡ଼ି ପକ୍ଷରୁ କୌଣସି ଘୋଷଣା ହୋଇ ନଥିଲା। ତେବେ ଆଜି ରାଜ୍ୟ ବିଜେଡ଼ି ପକ୍ଷରୁ ସ୍ବର୍ଗତ ମହାନ୍ତି ଙ୍କ ଧର୍ମପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ଙ୍କୁ ଆସନ୍ତା ଉପ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କ ଝିଅ ଦିପାଲି ଦାସ ଙ୍କ ନା ମଧ୍ୟ ବିଭିନ୍ନ ଗଣ ମାଧ୍ୟମ ରେ ଚର୍ଚ୍ଚାରେ ଆସୁଥିଲା। ତେବେ ଆଜି ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି। ଏହା ଦ୍ବାରା ବହୁ ମାତ୍ରାରେ ଚାଲିଥିବା ଚର୍ଚା ଆଜିଠାରୁ ବନ୍ଦ ରହିଛି। ଏ ଘୋଷଣା ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡି ଦଳରେ ଉଲ୍ଲାସ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.