Type Here to Get Search Results !

କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବୀ


ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଗଡଭିତର ସ୍ଥିତ ବଢ଼େଇ ମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ନିରଞ୍ଜନ ବିଶି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ କେନ୍ଦୁପତ୍ର ବିଭାଗ ରେ କାର୍ଯ୍ୟରତ ଚେକର, ମୁନସୀ, ମୁହୁରୀର, ଚପରାଶି, ବନ୍ଧେଇ ଚେକର,ସର୍କଲ ଚେକର,ହେଡ଼ ଚେକର ପ୍ରଭୃତି କର୍ମଚାରୀ  ମାନଙ୍କୁ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ର କର୍ମଚାରୀ ମାନଙ୍କ ଭଳିଆ ସମାନ ସୁବିଧା ସୁଯୋଗ ପ୍ରଦାନ,ସ୍ଥାୟୀ ନିଯୁକ୍ତି ସହିତ ଦରମା, ଭତ୍ତା, ପେନସନ,ଫେମିଲି ପେନସନ ଗ୍ରାଚୁଇଟି,ସିପିଏଫ,ବୋନସ,ପ୍ରୋତ୍ସାହନ ଇତ୍ୟାଦି ପ୍ରଦାନ କରିବାକୁ ଦାବୀ କରାଯାଇଛି ।ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ରେ କେନ୍ଦୁପତ୍ର ବିଭାଗ ମଧ୍ୟ ସାମିଲ ହୋଇଛି ।ଓଡିଶା ସରକାର ଙ୍କ କେନ୍ଦୁପତ୍ର ବିଭାଗ ସବୁଠାରୁ ଏକ ଲାଭ ଜନକ ସଂସ୍ଥା । କେନ୍ଦୁପତ୍ର ସବୁଜ ହୀରା ଭାବରେ ପରିଚିତ । କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ  କେନ୍ଦୁଗୁଚ୍ଛ କାଟିବା,କେନ୍ଦୁପତ୍ର ତୋଳିବା,ପତ୍ର ଶୁଖାଇବା,ପତ୍ର ଫଡ଼ିଗୃହ ଏବଂ ଗୋଦାମ ରେ ସୁରକ୍ଷିତ ରଖିବା, ପତ୍ର ଢ଼ଳେଇ ରଚେଇ ବନ୍ଧେଇ କରାଇବା,ଓଡିଶା ବନ ଉନ୍ନୟନ ନିଗମ ମାଧ୍ୟମରେ ବିକ୍ରୟ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ସଂସ୍ଥା ସୃଷ୍ଟି ହେବାର ଷାଠିଏ ବର୍ଷ ପରେ ବି ସରକାରୀ କର୍ମଚାରୀ ଭଳିଆ କୌଣସି ସୁବିଧା ସୁଯୋଗ ଦିଆଯାଉନାହିଁ । କେନ୍ଦୁପତ୍ର ବିଭାଗ ରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଶ୍ରମିକ,ଅଠର ହଜାର ବନ୍ଧାଳୀ ଏବଂ ସତର ହଜାର ରୁ ଉର୍ଦ୍ଧ ଅସ୍ଥାୟୀ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ଦିଆଯାଉ ଥିବା ଆର୍ଥିକ ସହାୟତା ବୃଦ୍ଧି,ଶ୍ରମିକ ମାନଙ୍କ ପୁଅଝିଅ ଙ୍କୁ ଛାତ୍ରଛାତ୍ରୀ ବୃତ୍ତି ପ୍ରଦାନ,ବିବାହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ପୂର୍ବରୁ ମିଳୁଥିବା ଉକ୍ତ ସହାୟତା ରାଶି କୁ ବର୍ତମାନ ଓଡିଶା କୋଠାବାଡି ଏବଂ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି କିନ୍ତୁ କେନ୍ଦୁପତ୍ର କର୍ମଚାରୀ ମାନେ 2017-18 ରୁ ଛାତ୍ରଛାତ୍ରୀ ବୃତ୍ତି ଟଙ୍କା,ବିବାହ ଆର୍ଥିକ ସହାୟତା ରାଶି,ଦୁର୍ଘଟଣା,ମୃତ୍ୟୁ ସହାୟତା ଟଙ୍କା ପାଇ ପାରୁନାହାନ୍ତି।ଦାବୀ ଗୁଡିକ ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।ବୈଠକ ରେ  ସଭାପତି ନିରଞ୍ଜନ ବିଶି,ଉପସଭାପତି ରଘୁନାଥ ବାଗ,ସମ୍ପାଦକ ଲଳିତ ମଲ୍ଲିକ, ବାଳମୁକୁନ୍ଦ କୁଅଁର,କରୁଣା ବଗର୍ତି,ପାଣ୍ଡଵ ଭୋଇ,ପଞ୍ଚାନନ ଧରୁଆ,ଭୀଷ୍ମ ମଲ୍ଲିକ,କୀର୍ତ୍ତନ ବରିହା,ରଘୁନାଥ ମଲ୍ଲିକ,ଯଦୁମଣି ଭୋଇ,ଭୋଜରାଜ ବରିହା,ତ୍ରିନାଥ ସାହୁ,ପର୍ଶୁରାମ ରାଉତ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଭୋଜରାଜ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.