Type Here to Get Search Results !

ପଦ୍ମପୁର ରେ ଦ୍ଵିତୀୟ ବାଣିଜ୍ୟ ମେଳା ଓ ଲୋକ ମହୋତ୍ସବ ଅନୁଷ୍ଠିତ

 

ପଦ୍ମପୁର :- 

 ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆୟୋଜକ ଟାଉନ୍ କ୍ଲବ ଆନୁକୁଲ୍ୟରେ ଅଶୋକ ଫିଲ୍ଡ ଠାରେ ବାଣୀଜ୍ୟ ମେଳା କୁ ପଦ୍ମପୁର ପୋଲିସ ଉପଖଣ୍ଡ ଅଧିକାରୀ ବିଭୂତି ଭୂଷଣ ଭୋଇ ଉଦଘାଟନ କରିଥିଲେ। ଏଠାରେ ଦ୍ୱିତୀୟ ବାଣୀଜ୍ୟ ମେଳା ଓ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି ଗତ ଦୁଇ ବର୍ଷ ହେବ କୋରୋନା କାଳରେ ବନ୍ଦ ଥିବା ଯୋଗୁ ଲୋକେ ଏ ସବୁରୁ ବଞ୍ଚିତ ଥିଲେ କିନ୍ତୁ ବାଣୀଜ୍ୟ ମେଳା ଦେଖି ଲୋକେ ଆନନ୍ଦ ଉପୋଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।ଏଥିରେ ମିନାବଜାର ସହିତ ପ୍ରଥମ ଥର ଛୁଆ ମାନଙ୍କର ପାଣିରେ ବୋଟିଂ କରିବାର ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷଣୀୟ କରିଛି,୧୫୦ ରୁ ଅଧିକ ଦୋକାନ ଖୋଲା ଯାଇଛି। ଏହା ୨୪.୦୪.୨୨ରୁ ଆରମ୍ଭ ହୋଇ ୦୧.୦୫.୨୨ ପର୍ଯ୍ୟନ୍ତ ଶେଷ ହେବ।

ପଦ୍ମପୁର NAC ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.