Type Here to Get Search Results !

ବେଗୁନିଆପଡା ରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ସକାଳୁ ଆଠରୁ ଖୋଲା



କୋଦଳା :-

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନିକଟ ଗ୍ରାମଦେବୀ ମନ୍ଦିର ପାଖରେ ଏହି ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସରକାରୀ ନିୟମ ଅନୁଯାଇ ସକାଳ 10.30ମିନଟ ଠାରୁ ରାତ୍ର 10ଘଣ୍ଟ ପର୍ଯ୍ୟନ୍ତ ଖୋଲିବା ପାଇଁ ନିୟମ ଥିବାବେଳେ ଏଠି କିନ୍ତୁ ସକାଳ 8 ଟାରୁ ରାତ୍ର 11ପର୍ଯ୍ୟନ୍ତ ଖୋଲା ରହୁଛି ଏଇ ଦୋକାନ। ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ ଅବକାରୀ ବିଭାଗ କାହିଁକି ନିରବ ତାହା ଏବେ ବଡ଼ପ୍ରଶ୍ନ। ଏହି ଗ୍ରାମାଦେବୀ ମନ୍ଦିରକୁ ସ୍ଥାନୀୟ ମହିଳା ମାନେ ସକାଳୁ ସକାଳୁ ମନ୍ଦିରକୁ ପୂଜା କରିବାପାଇଁ ଯାଉଥିବା ବେଳେ ସେଇ ଠାରେ ଯୁବକ ମାନେ ମଦ୍ୟପାନ କରି ବିଭିନ୍ନ ସମୟରେ ଅଭାଦ୍ରାମୀ କରୁଥିବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ପ୍ରଶାସନ କାହିଁକି ନିରବ ନାଁ କିଛି ମାସିୟାରୀ ବଟି ନେଇ ପ୍ରଶୟ ଦେଉଛି ଅବକାରୀ ବିଭାଗ!



ଏ ନେଇ ଆମ ପ୍ରତିନିଧି ଖଲିକୋଟ ଅବକାରୀ ବିଭାଗ ର ଓଆଇସି ଏସ କେ ପୁହାନ ଙ୍କୁ ପଚାରିବାରୁ ସେ କହିଲେକି ଅଭିଯୋଗ ହୋଇଛି।  ଆମେ ତାକୁ ବାରମ୍ବାର ତାଗିଦ କଲା ପରେ ମଧ୍ୟ୍ୟ ସିଏ କର୍ଣ ପାତ କରୁନାହିଁ। ଯଦି କରୁନାହିଁ ତାହେଲେ କାହିଁକି ତାହାରି ଉପରେ ଅଫିସ ତରଫରୁ କାର୍ଯ୍ୟାନୁଷ୍ଠାନ ନିୟା ନିୟଯାଉନାହିଁ ନାଁ କିଛି ହାତ ଗୁଞ୍ଜା ନେଇ ନିରବ ରହୁଛି ଅବକାରୀ ବିଭାଗ! ଶୁଣିବାକୁ ମିଳୁଛି ଏଇ ବାବୁଜଣକ ର କାଳେ ହାତ ବହୁତ ଲମ୍ବା ।ଆଗାମୀ ଦିନରେ ସେଇ ବିଦେଶୀ ମଦ ଦୋକାନ ଯଦି ସରକାରୀ ଟାଇମ ଅନୁସାରେ ନ ଖୋଲେ ତାହା ହେଲେ ଏକ ବଡ଼ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.