Type Here to Get Search Results !

ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ

 

ବରଗଡ଼:- 

ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ସୁପୁତ୍ର ଯୁବ ଆଇ.ଏ.ଏସ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ   ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ କନ୍ ସିଂହା ପଞ୍ଚାୟତ ନୁଆପଲି ଗ୍ରାମର ମୀନକେତନ ସାହୁ ଏହି ନବଦମ୍ପତିଙ୍କୁ ବୃକ୍ଷ ଉପହାର ପ୍ରଦାନ କରିବା ପରେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କରାଇଥିଲେ। ସଂପ୍ରତି ସାରା ପୃଥିବୀରେ ଉତ୍ତାପ ବୃଦ୍ଧି ଘଟୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ବିଶେଷ ସହାୟକ ହେବ ବୋଲି ବେଦଭୁଷଣ ପ୍ରକାଶ କରିବା ସହ ବିବାହ, ବ୍ରତ , ଜନ୍ମ ଦିନ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକରେ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଇ ଏହାକୁ ପରିବେଶ ସୁରକ୍ଷା ପାଇଁ ଜନ ଆନ୍ଦୋଳନ ରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ବୃକ୍ଷ ରୋପଣ ଦ୍ବାରା ବାୟୁ ମଣ୍ଡଳ ର ଉତ୍ତାପ କୁ ନିୟତ୍ରଣ କରାଯାଇପାରିବ । ଏହି ବିବାହ ଉତ୍ସବରେ ଗଛ ପ୍ରତି ଯେଉ ସ୍ନେହ ରହିଛି ତାହା ଅତି ପ୍ରଶଂସନୀୟ କାର୍ଯ୍ୟ ଅଟେ।।

ପଦ୍ମପୁର NAC ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.