ଝାରସୁଗୁଡ଼ା :-
ମହାନ ଜନନାୟକ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଟାତା ପ୍ରବାଦ ପୁରୁଷ ସ୍ୱର୍ଗତ ଵିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଵିଜୁ ଜନତା ଦଳ ର ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ତରଫରୁ ହୋଟେଲ ମେଘଦୂତ ଠାରେ ଏକ ରକ୍ତ ଦାନ ସିଭିର ଅନୁଷ୍ଟିତ ହୋଇଯାଇଅଛି । ଏହି ରକ୍ତ ଦାନ ସିଭିରକୁ ଅପରାହ୍ନ ୪ଘଣ୍ଟା ୩୦ ମିନିଟ ସମୟରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ମନ୍ତ୍ରୀ ତଥା ବିଧାୟକ ଝାରସୁଗୁଡ଼ା ଶ୍ରୀଯୁକ୍ତ ନବକିଶୋର ଦାଶ ମୁଖ୍ୟ ଅତିଥି ରୁପେ ଯୋଗଦେଇ ସ୍ୱର୍ଗତ ଵିଜୁ ପଟ୍ଟନାୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଦଘାଟନ କରିଥିଲେ ।ଏହା ପରେ ଅପରାହ୍ନ ୫ଘଣ୍ଟା ସମୟରେ ଵିଜୁ ଜନତା ଦଳର କର୍ମୀମାନେ ସ୍ୱର୍ଗତ ଵିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ରାଷ୍ଟ୍ର ହିତରେ ଉତ୍ସର୍ଗୀତ କରି ସରକାରଙ୍କର ପ୍ରତିଟି ଜନହିତକର ଜୋଜନାକୁ ପ୍ରତ୍ୟକ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ସମୂହ ଶପଥ ଗ୍ରହଣ କରିଥିଲେ ।ଏହାପରେ ସଂଧ୍ୟା ୬ଘଣ୍ଟା ୩୦ ମିନିଟ ସମୟରେ ହୋଟେଲ ମେଘଦୂତ ଠାରେ ବସଷ୍ଟାଣ୍ଡ ଛକ , ଆମ୍ବେଦକର ଛକ ଠାରେ ,ବେହେରାମାଲ କିଶାନ ଛକ ଠାରେ ଏବଂ ବଡମାଲ ଛକ ଠାରେ ସ୍ୱର୍ଗତ ଵିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସମୂହ ଦିପ ଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ କେଡ଼ିଆ , ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ରବି ଶିଙ୍ଗ , ଶ୍ରୀଯୁକ୍ତ ତାପସ ରାୟ ଚୌଧୁରୀ ,ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ସନ୍ଦୀପ ଅଵସ୍ତୀ , ବରିଷ୍ଟ ନେତା ଶ୍ରୀଯୁକ୍ତ ଗଙ୍ଗାଧର ଗଡ଼ନାୟକ, ପୁର୍ବତନ ନଗରପାଳ ହରିଶ ଗଣତ୍ରା, ଜିଲ୍ଲା ବିଜେଡି ଉପସଭାପତି ମନୋରଞ୍ଜନ ମହାପାତ୍ର , ସମାଜ ସେବୀ ପିଣ୍ଟୁ ପାଢ଼ୀ , ଜିଲ୍ଲା ବିଜେଡି ଏସ ସି ସେଲ ସଭାପତି ଶ୍ରୀ ଜୟ ପ୍ରକାଶ କୁଅଁର , ବ୍ଳକ ବିଜେଡି ସଭାପତି ଦାମୋଦର ନାଥ , ଜିଲ୍ଲା ଓକିଲ ସଙ୍ଘ ସଂପାଦକ ଶ୍ରୀ ତୁଳସୀ ପ୍ରସାଦ, ପି ରାମ ମୋହନ ରାଓ ,ଅରବିନ୍ଦ ବାରିକ , ଜୂବ ସଭାପତି ପ୍ରଶାନ୍ତ ଜେନା ଦାଶ ,ପବନ ଶିଙ୍ଗ ଯାଦବ , ସନ୍ତୋଷ ରାଓ , ଆଲୋକ ତ୍ରିପାଠୀ ଶିବୁ ପଟ୍ଟନାୟକ , ବିଷ୍ଣୁ ପାଢ଼ୀ , କେଶବ ରୋହିଦାସ , ରମେଶ ସିଂଘ , ଶରିତା ଅଗ୍ରଵାଲ , ଦୀପ ନାୟକ , ବି ନାଗେଶ୍ୱରୀ , ଗଙ୍ଗା ଦାଶ , ଘସୂ ପଳାଶ କର୍ମକାର , ଦେବେନ୍ଦ୍ର ମହାପାତ୍ର , ତପନ ପାଣ୍ଡେ , ଲିଙ୍ଗରାଜ ମହାପାତ୍ର , ଆଲୋକ ପ୍ରଧାନ , ଆଲୋକ ପାଣିଗ୍ରାହୀ , ପ୍ରଶାନ୍ତ ଭୈସା , ସଙ୍ଗ୍ରାମ ମହାନ୍ତି , ପ୍ରଶାନ୍ତ ନନ୍ଦ , ବିଜୟ ସୈଗଲ , ସାହା ,ଫକୀର ସିଙ୍ଗ , ଗଣପଥ ଚୌହାନ , ରୂପକ ବାରିକ , ବଡାବାବୁ , ଅଶ୍ଵିନୀ ପାଣ୍ଡେ , ପ୍ରଦୀପ ଭୌମିକ ,କୁଶ ସେହୂଲ , ମିଟୁ ଜେନା , ରାଜେନ୍ଦ୍ର ବାଗ , ସୁରେନ୍ଦ୍ର ଗୋଖରା ପ୍ରମୁଖଙ୍କ ସମେତ ଦଳର ସମସ୍ତ ନେତା କର୍ମୀ ଏବଂ ଝାରସୁଗୁଡ଼ା ପୌରାଞ୍ଚଳର ସମସ୍ତ ବିଜେଡି କାଉନସିଲର ମାନେ ଉପସ୍ତିତ ଥିଲେ ।ଏହି ପରିପ୍ରେକ୍ଷୀରେ ଆଜି ପୁର୍ବାହ୍ନ ୮ଘଣ୍ଟା ୩୦ମିନିଟ ସମୟରେ ବଡ଼ମାଲ ସ୍ଥିତ ଵିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ଏବଂ ବସଷ୍ଟାଣ୍ଡ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା ଏହାପରେ ବସଷ୍ଟାଣ୍ଡ ଛକ ଏବଂ ପୁରୁଣାବସ୍ତି ଛକ ଠାରେ ଵିଜୁ ଜନତାଦଳର କର୍ମୀମାନେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଝାରସୁଗୁଡ଼ା ରୁ ସୁରେଶ କଲତା ଙ୍କ ରିପୋର୍ଟ

