ଭୁବନେଶ୍ୱର :-
ଓଡ଼ିଶା ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ଆଜି ନିଜ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି। ଶେଷ ସମୟରେ ତାଙ୍କୁ ୮୩ ବର୍ଷ ବୟସ ହେଉଥିଲା। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶା ର ସଙ୍ଗୀତ କ୍ଷେତ୍ରରେ ଏକ ଯୁଗ ର ଅବସାନ ଘଟିଛି। ସ୍ବର୍ଗତ କର ୧୬ ଫେବୃଆରୀ ୧୯୩୯ ମସିହାରେ ପିତା ବୈଦ୍ୟନାଥ କର ଙ୍କ ଔରସ ଓ ମାତା ସୁଶୀଳା କର ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟ କାଳରୁ ସଙ୍ଗୀତ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ମନୋରମା କର ଙ୍କୁ ବିବାହ କରିଥିଲେ। ସ୍ବର୍ଗତ କର ଓଡ଼ିଆ ରେ ୭୦ ରୁ ଅଧିକ ସିନେମା ରେ କଣ୍ଠଦାନ କରିଛନ୍ତି ଏବଂ ୪ ଗୋଟି ବଙ୍ଗାଳୀ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି। ତେବେ ଆଜି ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଆଜି ଶିକାର ଛାୟା ଖେଳି ଯାଇଛି। ଆଜି ତାଙ୍କ ପାର୍ଥିବ ଶରୀର କୁ ଭୁବନେଶ୍ୱର ସ୍ଥିତ ବାସଭବନ ରେ ରଖା ଯାଇଥିବା ବେଳେ ଆସନ୍ତା କାଲି ପୁରୀ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯିବ। ଏଭଳି ଜଣେ ମହାନ୍ ସଙ୍ଗୀତଜ୍ଞ ଙ୍କ ଆମର ଆତ୍ମ ର ସଦଗତି ମିଳୁ ଏହାହିଁ ଆମ ଚ୍ୟାନେଲ ପକ୍ଷରୁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା। ବ୍ୟୁରୋ ରିପୋର୍ଟ

