କୋଦଳା :-
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେସ୍ୱରଙ୍କ ପୀଠରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋର ପରିଚାଳନା କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ,ବିଜୁ ବାବୁଙ୍କ କାର୍ଯ୍ୟଧାରା ଓ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବାକୁ କହିଥିଲେ । ବରିଷ୍ଟ ନେତା ମହେଶ୍ୱର ବରାଡ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଜୁ ବାବୁଙ୍କ ଜୀବନୀ , ସାହାସ , ଦୃଢ଼ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ । ଏହାପରେ ବିଜୁ ବାବୁଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପଦାନ କରାଯିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଦଳକୁ ସୁଦୃଢ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼ , ଉପାଧଖ୍ୟ ସୁଧାକର ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ମଧୁମିତା ସାହୁ , ବିଜେଡି ଅଧକ୍ଷା ପ୍ରାଥୀ ଭାରତୀ ଗୌଡ଼ , ମହିଳା ସଭାପତି ସୁଜାତା ପ୍ରଧାନ, ବରିଷ୍ଟ ନେତା ସୂର୍ଯ୍ୟ ନାରାୟଣ ବଡୁ, ପ୍ରଫୁଲ୍ଳ କୁମାର ସାହୁ, ବିଜୟ ମହପାତ୍ର, କାଉନସିଲର ଭଗବାନ ପାଢ଼ୀ ଙ୍କ ସମେତ କାଉନସିଲର ଓ କାଉନସିଲର ପ୍ରାଥୀ , ସରପଞ୍ଚ , ସମିତି ସଭ୍ୟ ଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗ ଦେଇ ଥିଲେ । ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

