Type Here to Get Search Results !

ଆଦିବାସୀ ଚିତ୍ରକଳା ରେ ଗୌରବ ଆଣିଲେ ପଦ୍ମପୁର ର ଓମ୍ ଅଙ୍କିତ

 

ପଦ୍ମପୁର :-

ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ର ଜଣାଶୁଣା ବିଶିଷ୍ଟ ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁତ୍ର ଓମ୍‌ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ନିକଟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ଵରଠାରେ ଆୟୋଜିତ ଆଦିବାସୀ ଚିତ୍ରକଳା ପ୍ରତିଯୋଗୀତାରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପଦ୍ମପୁର ସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ଓମ୍‌ ନିଜ ବାପାଙ୍କୁ ଆଦର୍ଶ ମାନନ୍ତି ଓ ଭବିଷ୍ୟତରେ ସୁଯୋଗ ମିଳିଲେ ଅନେକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଗକୁ ଅନେକ ପ୍ରତିଯୋଗୀତା ରେ ଭାଗ ନେବା ପାଈ ଲକ୍ଷ୍ୟ ରଖିଛନ୍ତି।

ପଦ୍ମପର NAC ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.