ଭୁବନେଶ୍ୱର :-
ରାଜ୍ୟରେ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଆଜିଠାରୁ ପାଞ୍ଚ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିଭଳି ଆଜି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ UG ଓ PG ଶିକ୍ଷାକେନ୍ଦ୍ର କୁ ଆସନ୍ତା କାଲି ଅର୍ଥାତ୍ ୨୭ ଏପ୍ରିଲ ୨୦୨୨ ଠାରୁ ୨ ମେ ୨୦୨୨ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ଆଗକୁ ହେବାକୁ ଥିବା ପରୀକ୍ଷା ଯାହା ତାରିଖ ଘୋଷଣା ହୋଇ ସାରିଛି ତାହା ପୂର୍ବବତ୍ ଚାଲୁ ରଖିବାକୁ ଉକ୍ତ ପତ୍ର ରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ବ୍ୟୁରୋ ରିପୋର୍ଟ

