ବରଗଡ଼ :-
ବରଗଡ଼ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଳି ଗ୍ରାମର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ ଙ୍କ ଆଜି ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଗାଁ ପଖରୀରେ ଗାଧଉଥିବା ବେଳେ ପଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ନିହାର ଗତ ୨୦୨୧ ଜାନୁଆରୀରେ ଇସ୍ରୋରେ ବୈଜ୍ଞାନିକ ଭାବରେ ଯୋଗଦାନ କରିଥିଲେ । ଏକ ଚାଷୀ ପରିବାର ବାପା ରାଜକୁମାର ପ୍ରଧାନ ଓ ମାଁ ପଙ୍କଜିନି ପ୍ରଧାନ ଙ୍କ ସାନ ପୁଅ ଥିଲେ । ପିଲା ଦିନରୁ ସେ ନୂତନ ଜିନିଷ ତିଆରି କରିବାରେ ବହୁତ ଆଗ୍ରହ ପ୍ରକାଶ କରୁଥିଲେ । ଗାଁ ସ୍କୁଲ ରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ ପରେ କେଦାରନାଥ ଆଦିବାସୀ ହାଇସ୍କୁଲ ରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପଢିଥିଲେ । ପରେ ବରଗଡ଼ ବିକାଶ ଜୁନିୟର କଲେଜରେ ବିଜ୍ଞାନ ରେ ନାମ ଲେଖାଇଥିଲେ । ଜେଇ ମେନ୍ସ ଏବଂ ଏଡଭାନ୍ସ ଫଳାଫଳକୁ ନେଇ ଆଇ.ଆଇ.ଏସ ଟି ତିରୁଭାନ୍ତପୁରମ ରେ ଏରୋସ୍ପେସ ଇଂଜିନିୟରିଂ ବିଭାଗରେ ବି-ଟେକ ପାଠ ପଢିଥିଲେ । IIST ଅବଜର୍ପସନରେ ଦକ୍ଷତା ଥିବାରୁ ତାଙ୍କୁ ଇସ୍ରୋ ରେ ବୈଜ୍ଞାନିକ ଭାବରେ ମନୋନୀତ କରାଯାଇଥିଲା । ଯାହା ତାଙ୍କର ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ର ଲହରୀ ଖେଳିଯାଇଥିଲା । ପ୍ରଶାସନିକ ଅଧିକାରୀ ଙ୍କ ଠୁ ନେଇ ବିଭିନ୍ନ ରାଜନୀତିକ ବ୍ୟକ୍ତି ଙ୍କ ଶୁଭେଛାର ସୁଅ ଛିଟିଥିଲା ନିହାର ଙ୍କ ପାଖକୁ ସମସ୍ତେ ନିହାରକୁ ନେଇ ଗର୍ବ ଅନୁଭବ କରିଥିଲେ ସେ ସମୟରେ ତାହା ବିଭିନ୍ନ ଖବରକାଗଜ ରେ ଶିରୋନାମା ସାଜିଥିଲା । କିନ୍ତୁ ଅତି ଅଳ୍ପ ଦିନରେ ନିହାର ଙ୍କ ସଫଳତାରେ ବ୍ରେକ ଲାଗିଯାଇଥିଲା । ତାଙ୍କର ଜୀବନ ର ଦୀପ ସବୁଦିନ ପାଇଁ ଲିଭିଯାଇଛି । ସେ ଇସ୍ରୋରୁ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ ଆଜି ସକାଳେ ଗାଁ ପାଖରୀରେ ଗଧଉଥିବା ବେଲେ ହଠାତ ପାଣିରେ ବୁଡିଯାଇଥିଲେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁକ୍ତା ଡାକ୍ତର ଖାନା କୁ ନେଇଯାଇଥିଲେ ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟୁରୋ ରିପୋର୍ଟ

