Type Here to Get Search Results !

ED ହାତରେ ଆମୱେ ସମ୍ପତ୍ତି !!

 

ନୂଆଦିଲ୍ଲୀ :-

ଆନ୍ତରାଷ୍ଟ୍ରୀୟ ସ୍ଥରରେ ଖ୍ୟାତି ଅର୍ଜନ କରିଥିବା ଆମୱେ ଆଜି ED ହାତରେ ଧରା ପଡିଛି। ମନି ଲେଣ୍ଡ୍ରିଂ ଆକ୍ଟ ଅଧୀନରେ ED ପକ୍ଷରୁ ଆମୱେ ର ୭୫୭ କୋଟି ରୁ ଉର୍ଦ୍ଧ ସମ୍ପତ୍ତି ଜବତ୍ କରାଯିବା ସହ ସମସ୍ତ ସମ୍ପତ୍ତି କୁ ନିଜ ଅଧିନକୁ ନିଆଯାଇଥିବା ଏବେ ଚହଳ ସୃଷ୍ଟି କରିଛି ଚେନ୍ ମାର୍କେଟ ଇଣ୍ଡଷ୍ଟ୍ରି ରେ।

ED ର କହିବା ଅନୁଯାୟୀ , ବହୁବର୍ଷ ଧରି ଆମୱେ ନିଜ ବ୍ୟବସାୟ କୁ ବେଆଇନ ଢଙ୍ଗରେ ଚଳେଇ ଆସୁଛି। ମାର୍କେଟ  ଦର ରୁ ବେଶ୍ ଅଧିକ ଦର ରେ ସେ ନିଜ ପ୍ରଡକ୍ଟ କୁ କିଛି ଏଜେଣ୍ଟ ରଖି ମାର୍କେଟ ରେ ଛାଡୁଥିବା ବାରମ୍ବାର ଅଭିଯୋଗ ଆସିଛି। ଏହାସହ ୨୦୦୨-୦୩ ଏବଂ ୨୦୨୧-୨୨ ରେ  ଆମୱେ ୨୭୫୬୨ କୋଟି ସଂଗ୍ରହ କରି ଭାରତ ଓ ଆମେରିକା ରେ ଥିବା ତା ଏଯେଣ୍ଟ ଓ ବିତରକ ଙ୍କୁ ୭୫୮୮ କୋଟି ବାଣ୍ଟିଛି। 



ଆଜି ED ପକ୍ଷରୁ ତାମିଲନାଡୁ ସ୍ଥିତ ଦିଣ୍ଡିଗୁଲ ରେ ଥିବା ଆମୱେ ପ୍ଲାଣ୍ଟ ଓ ଅଫିସ କୁ ନିଜ ଅକ୍ତିଆର କୁ ନେବା ସହ, ପ୍ରାୟ ୩୬ ଟି ବ୍ୟାଙ୍କ୍ ରେ ଥିବା ଜମା ଅର୍ଥ ଓ ଫିକ୍ସ ଡିପୋଜିଟ କୁ ଜବତ୍ କରିଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.