ଭୁବନେଶ୍ୱର :-
ରାଜ୍ୟରେ ଦିନ କୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗି ରହିଛି। ଆସନ୍ତା ତିନିଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଭାଗ।
ତେବେ ଏ ନେଇ ଆଜି ଓଡିଶା ସରକାର ଙ୍କ ପକ୍ଷରୁ ଆସନ୍ତା କାଲିଠାରୁ ୫ ଦିନ (୨୬ ରୁ ୩୦ ଏପ୍ରିଲ ୨୦୨୨) ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କୁ ବନ୍ଦ ରଖିବାକୁ ଆଜି ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଗକୁ ହେବାକୁ ଥିବା ୧୦ମ ଓ ଦ୍ଵାଦଶ ପରୀକ୍ଷା ଯାହା ତାରିଖ ଘୋଷଣା ହୋଇ ସାରିଛି ତାହା ପୂର୍ବବତ୍ ଖୋଲା ରଖିବାକୁ ଉକ୍ତ ପତ୍ର ରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ। ବ୍ୟୁରୋ ରିପୋର୍ଟ


