ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧାମନଗର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ଧାମନଗର ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଅଛି। ପ୍ରଥମେ ଧାମନଗର କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ଥିବା ଆଇନଜୀବୀ ମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ସଂଘ ଗୃହରେ ସମସ୍ତ ଓକିଲ ମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅଭିରାମ ମହାନ୍ତି, ଅମରେନ୍ଦ୍ର ମହାନ୍ତି,ପ୍ରଜ୍ଞା ପରାମିତା ଦାଶ, ବିଜୟ କୁମାର ରାମ,ମନୋଜ ଗୁପ୍ତା, ଅଞ୍ଜନ ସାହୁ, ମିନତୀ ମଲ୍ଲିକ, ନିରଞ୍ଜନ ଦାଶ, ଜୟନୁଲ ଆବେଦିନ, ରାମଚନ୍ଦ୍ର ରାଉତ, ବିଷ୍ଣୁ ମୋହନ ପତି, ଆଶିଷ ନନ୍ଦ, ଅଜିତ ଦାସ, ରଞ୍ଜିତ ମହାନ୍ତି, ଲଷ୍ମୀନାରାୟଣ ମହାପାତ୍ର, ସ୍ନେହାଶିଷ ପଣ୍ଡା, ଦିଲ୍ଲୀପ ନାୟକ, ଗୋପାଳ ବାରିକ, ବ୍ରହ୍ମାନନ୍ଦ ଯେନା, କିଶୋର ପଣ୍ଡା, ସୁବ୍ରତ ନନ୍ଦ, ଗୌତମ ଯେନା, ଉମାକାନ୍ତ ପଣ୍ଡା, ମାନସ ମହାପାତ୍ର, ପର୍ଶୁରାମ ମହାପାତ୍ର, ସନ୍ତୋଷ ତ୍ରିପାଠୀ, ଦେବକୀ ନନ୍ଦନ ମହାପାତ୍ର ଓ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

