Type Here to Get Search Results !

ପ୍ରେମିକା ସାଜିଲା ଅନ୍ୟର ନାୟିକା, ପ୍ରେମିକ କଲା ଆତ୍ମହତ୍ୟା

 

ବଲାଙ୍ଗିର :-

ଯାହାକୁ ଆଖି ବୁଜି ଭଲ ପାଉଥିଲା, ଯାହା ପ୍ରେମରେ ପାଗଳ ଥିଲା, ସିଏ ହିଁ ଦିନେ ପର ସାଜିଲା। ସାଙ୍ଗ ହୋଇ ଦେଖିଥିବା ସୁନେଲୀ ସ୍ୱପ୍ନ ସବୁ ବାସ୍ତବ ରୂପ ନେବା ଆଗରୁ ଧୂଳିସାତ ହୋଇଗଲା।  ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକକୁ ଅନ୍ୟ ପ୍ରେମରେ ପାଗଳ ହେବା ଦେଖି ସମ୍ଭାଳି ପାରିଲାନି ପ୍ରେମିକ। ଏପରିକି ନିଜ ପ୍ରେମରୁ ଶେଷ ସୁଯୋଗ ଦେବାକୁ ପ୍ରୟାସ କରି ମଧ୍ୟ ବିଫଳ ହେବା ପରେନ ହାରିଦେଲା ଜୀବନ । ଏମିତି  ହୃଦୟସ୍ପର୍ଶୀ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ପୁଇଁନ୍ତଲା ଗାଁରେ । ମୃତକ ହେଲେ ପୁଇଁନ୍ତଲା ଗାଁର ସଂଜୀବ ସୁନାଙ୍କ ୨୨ ବର୍ଷୀୟ ପୁଅ ପ୍ରତାପ ସୁନା । ପ୍ରତାପଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୁଖଦୁଃଖରେ ପରସ୍ପର ପାଖରେ ଛିଡ଼ା ହେବାକୁ ଉଭୟ ନେଇଥିଲେ ଶପଥ। ସାତ ଜନ୍ମ ପରସ୍ପରର ହୋଇ ରହିବେ ବୋଲି କରିଥିଲେ ପ୍ରତିଜ୍ଞା । କିନ୍ତୁ ଯୁବତୀଜଣକ ଭୁଲିଗଲା ପୁରୁଣା କଥା। ପୁରୁଣା ପ୍ରେମକୁ ସାକାର କରିବାକୁ ନେଇଥିବା ଶପଥ ପାସୋରି ଅନ୍ୟ ପ୍ରେମରେ ନାଆରେ ଗୋଡ଼ ଦେଲା  ।

ଏହା ଜାଣିବା ପରେ ପ୍ରତାପଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଥିଲା। ନିଜ ପ୍ରେମକୁ ପୁଣି ଥରେ ଫେରି ପାଇବାକୁ ଗତକାଲି ରାତିରେ  ପ୍ରେମିକାକୁ ଭେଟିଥିଲା ପ୍ରତାପ  । ନିଜ ପ୍ରେମକୁ ନୂଆ ଜୀବନ ଦେବାକୁ କରିଥିଲା ଶେଷ ଚେଷ୍ଟା । ହେଲେ ସବୁ ଚେଷ୍ଟା ଧୁଳିସାତ ହୋଇଗଲା। ନିଜ ଦୁଇ ବର୍ଷର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଅନ୍ୟ ଜଣଙ୍କ ନିକଟକୁ ଚାଲିଯିବ ବୋଲି ସ୍ପଷ୍ଟ ଭାବେ ଜଣାଇଦେଲା ପ୍ରେମିକା । ନିଜ ଆଖି ସାମନାରେ ନିଜ ପ୍ରେମକୁ ମାଟିରେ ମିଶୁଥିବାର ଦେଖି ସହି ପାରିଲେନି ପ୍ରତାପ । ପ୍ରେମିକାର ପ୍ରତାରଣା ତାଙ୍କୁ ବହୁତ କଷ୍ଟ ଦେଲା। ଯାହାକୁ ନିଜଠୁ ଅଧିକ ଭଲ ପାଉଥିଲେ, ସେ ମୁହଁ ବୁଲାଇ ଚାଲିଯିବାକୁ ବରଦାସ୍ତ କରିପାରିଲେନି ପ୍ରତାପ ।  ଶେଷରେ ନିଜ ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କଲା ପ୍ରେମିକ ପ୍ରତାପ । ଘର ଲୋକେ ଝୁଳନ୍ତା ଅବସ୍ଥାରେ ପୁଅକୁ ଦେଖି ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ।  ହସ୍ପିଟାଲରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଇଁନ୍ତଲା ପୁଲିସ ଶବ ବ୍ୟବଚ୍ଛେଦ କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି  । କିନ୍ତୁ ଗତକାଲି ପ୍ରେମିକାକୁ ଶେଷ ଥର ପାଇଁ ଭେଟିଥିବା ପ୍ରେମିକ ପ୍ରତାପର ଶେଷ ଡାଇଲଗକୁ ନେଇ ସାଂଗ ମାନଙ୍କ ମହଳରେ ବେଶ ଚର୍ଚ୍ଚା । ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.