ଭୁବନେଶ୍ୱର :-
ଆଜି ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଦ୍ୟାଳୟ ଖୋଲିବା ନେଇ ପତ୍ର ଜାରି କରା ଯାଇଛି। ଏହି ପତ୍ର ରେ ଉଲ୍ଲେଖ ରହିଛି ଗ୍ରୀଷ୍ମ ପ୍ରବାହ କୁ ନେଇ ପାଞ୍ଚଦିନ ବିଦ୍ୟାଳୟ ବନ୍ଦ ହୋଇଥିବା ଅବଧି ଆଜି ସମାପ୍ତ ହୋଇଥିବା ବେଳେ ମେ ୨ ତାରିଖରୁ ସମସ୍ତ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ମାନେ ଆସିବେ। ତେବେ ଏ ନେଇ ସମୟ ରେ କିଛି ପରିବର୍ତ୍ତନ କରା ଯାଇଛି। ମେ ଦୁଇ ରୁ ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲିବା ସ୍କୁଲ। ବିଶେଷ କରି କୋରୋନା ମହାମାରୀ ସମୟରେ ଛାଡ଼ି ହୋଇ ଯାଇଥିବା ପାଠ୍ୟକ୍ରମ କୁ ଏହି ସମୟରେ ପ୍ରାଧାନ୍ୟ ଦିଆଯିବ। ତେବେ ଦଶମ ଓ ଦ୍ଵାଦଶ ପରୀକ୍ଷା ସମୟ ପୂର୍ବବତ୍ ଭଳି ଅପରିବର୍ତ୍ତିତ ରହିବ ନେଇ ପତ୍ରରେ ଉଲ୍ଲେଖ ରହିଛି। ବ୍ୟୁରୋ ରିପୋର୍ଟ

