Type Here to Get Search Results !

ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ, ପୁଲିସର ତଦନ୍ତ ଆରମ୍ଭ


ଭୁବନେଶ୍ୱର :-

 ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ । ବେକରେ ଗାମୁଛା ସହ ଗଛକୁ ବନ୍ଧା ହୋଇଥିବା ବେଳେ ବ୍ୟକ୍ତିଜଣକ ବସିଥିବା ଦେଖିବାକୁ ମିଳିଛି । ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ, ମୃତଦେହଟି ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଉପରୁ ପରଦା ହଟିପାରିବ ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.