ଭୁବନେଶ୍ୱର :-
ଖରା ଛୁଟିକୁ ନେଇ ନୂଆ ନିୟମ, ଏଥର ଦେଢ଼ମାସ ନୁହେଁ ୧୦ ଦିନ ଛୁଟି ।ନୂଆ କ୍ଲାସ୍ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି । ଏଥର ସ୍କୁଲ୍ରେ କମିବ ଗ୍ରୀଷ୍ମ ଛୁଟି । ଦେଢ ମାସ ପରିବର୍ତ୍ତେ ମାତ୍ର ୧୦ ଦିନ ହୋଇପାରେ ଖରାଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି । ମେ’ରୁ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରେ ପୂର୍ବ ପାଠକୁ ଅଧିକ ଗୁରୁତ୍ୱ ଦିଆଯିବ । ନୂଆ କ୍ଲାସ୍ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି । ପିଲା ଯେଭଳି ପଛେଇ ନଯାଆନ୍ତି ସେଥିଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେ‘ ୬ରୁ ୧୬ ଯାଏ ଖରାଛୁଟି ହୋଇପାରେ । ତାପରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ବିଭାଗ ସ୍ଥିର କରିଛି ।
ବ୍ୟୁରୋ ରିପୋର୍ଟ

