ଜଗତସିଂହପୁର :-
ଗତ ତା 13/04/2022 ପୂର୍ବାହ୍ନ 11ଘଟିକା ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ,ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ ଏରସମା ବ୍ଲକ କମିଟି ପକ୍ଷରୁ ଏରସମା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ପାର୍ଟିର ଏରସମା ଜୋନ ସମ୍ପାଦକ ସର୍ବେଶ୍ୱର ବେଉରା ଓ ବାଲିତୁଠ ଜୋନ ସମ୍ପାଦକ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ପାର୍ଟି କାର୍ଯ୍ୟାଳୟ ରମାକାନ୍ତ ଭବନରୁ ଶତାଧିକ ପାର୍ଟି ସାଥୀଙ୍କର ଏକ ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ଏରସମା ବଜାର ପରିକ୍ରମା କରିବା ପରେ ଏରସମା ବ୍ଲକ ଅଫିସ ସମ୍ମୁଖରେ ସାଥି ଦାମୋଦର ବେହେରାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ପାର୍ଟି ଜିଲ୍ଲା ସହ ସମ୍ପାଦକ ପିତାମ୍ବର ଦାସ, ଅନ୍ଧାରି ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ନାୟକ, ବାଲିତୁଠ ସରପଞ୍ଚ ସାଥି ପ୍ରଫୁଲ୍ଲ ଦାସ, ପଲ୍ଲୀକଣ୍ଟା ପଂଚାୟତର ସିପିଆଇ ନେତା ପ୍ରଶନ୍ନ କୁଅଁର ପ୍ରମୁଖ ବକ୍ତବ୍ୟ ରଖି ବିଜେପି ବା ମୋଦୀ ସରକାରଙ୍କ ପୁଞ୍ଜିପତି ତୋଷଣ ନୀତି ଫଳସ୍ୱରୂପ ଆମ ଦେଶରେ ଖାଦ୍ୟ ନିରାପତ୍ତା ବିପନ୍ନ ହେବାରେ ଲାଗିଲାଣି ବୋଲି ମତବ୍ୟକ୍ତ କରିଥିଲେ । ଡାଲି, ଖାଇବା ତେଲ ଦର ୨00 ଛୁଇଁଲାଣି । ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ । ରନ୍ଧନ ଗ୍ୟାସ ଦର ୧000ଟଙ୍କା ଛୁଇଁଲାଣି । ଆନ୍ତର୍ଜାତିକ ବଜାରରେ ପେଟ୍ରୋଲ, ଡିଜେଲ ଦାମ କମ ଥିବା ସତ୍ୱେ ଆମ ଦେଶର ସରକାରଙ୍କ ଆଦାନୀ ଅମ୍ବାନୀ ପ୍ରୀତି ଯୋଗୁ ଲୋକେ ଗାଡି ବ୍ୟବହାର କରିବାକୁ ଡରିଲେଣି ସା ।ମଣିଷର ଜୀବନ ଦୁର୍ବିସହ ହେବାରେ ଲାଗିଲାଣି । ଆଜିଠାରୁ ସାଧାରଣ ମଣିଷ ସଚେତନ ହୋଇ ଲଢେଇ ନକଲେ ଆଗାମୀ ଦିନରେ ଆମ ଦେଶରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ ।
ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ,ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦାମ ସରକାର ତୁରନ୍ତ କମ କରିବା ସହିତ ଏହାକୁ ସରକାରୀ ନିୟନ୍ତ୍ରଣକୁ ଅଣାଯାଉ ବୋଲି ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଦାବୀ କରିବା ସହିତ ବିଜେପି ସରକାରକୁ ଦୃଢ଼ ସମାଲୋଚନା କରିଥିଲେ । ସାଥି ପ୍ରଦୀପ ସ୍ୱାଇଁ, ସମରେଶ ମୁଦୁଲି, ବିଜୟ ବେହେରା,ଉତ୍ତମ ପାଇଟାଳ, କାହ୍ନା ସେନାପତି, ବାସୁଦେବ ଖଣ୍ଡୁଆଳ, ମଇନ ଜେନା, ଅମରେନ୍ଦ୍ର ଦାସ, ଶରତ ମଳିକ, ଶୁକଦେବ ଦାସ, ମାନସ ମୁଦୁଲି, ନାରାୟଣ ନାୟକ, କୈଳାସ ଦାସ,ଗୋବିନ୍ଦ ଦାସ, ସୁରେନ୍ଦ୍ର ଦାସ, ନୃସିଂହ ସ୍ୱାଇଁ ବିଶ୍ୱନାଥ ବେହେରା ଓ କାଶୀନାଥ ବେହେରା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

