Type Here to Get Search Results !

ସରକାରୀ ଆଦେଶ କୁ ବେଖାତିର କରୁଛି ଟାଟା ପାୱାର

 


ଝାରସୁଗୁଡ଼ା :-

ଆଗାମୀ ଗ୍ରୀଷ୍ମ ପ୍ରବାହ ଓ ପରୀକ୍ଷାକୁ ଆଖି ଆଗରେ ରଖି ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୁଳି କାଟ୍ କୁ ବନ୍ଦ କରିବା ପାଇଁ ଟାଟା ପାୱାର କୁ କିଛି ଦିନ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ। ତେବେ ବୋଧହୁଏ ସରକାରୀ ନିର୍ଦ୍ଦେଶ ଟାଟା ପାୱାର ପାଇଁ କୌଣସି ମୂଲ୍ୟହିନ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କୁ ମଧ୍ୟ ବେଖାତିର୍ କରି ଚାଲିଛି ଟାଟା ପାୱାର। ଝାରସୁଗୁଡ଼ା ଜିଲ୍ଲା ର ସମସ୍ତ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଅତିଷ୍ଟ ହୋଇଗଲେଣି ଜିଲ୍ଲାବାସୀ। ପ୍ରଥମେ ତ କିଛି ସମୟ କରୁଥିଲା ବିଜୁଳି। କିନ୍ତୁ ସରକାରୀ ନିର୍ଦ୍ଦେଶ ଯାହା ବିଜୁଳି ନ କରିବା ପାଇଁ ଆସିବା ପରଠାରୁ ଅଧିକ ରୁ ଅଧିକ ତଥା ପ୍ରତି ରାତି ହେଉ ବା ଦିନ ୫-୬ ଥର ରୁ ଅଧିକ ପାୱାର କଟ୍ ହେଉଥିବା ଦେଖିବାକୁ ମିଳୁଛି। 

ଅନ୍ୟପଟେ, ବର୍ତ୍ତମାନ ପିଲାଙ୍କ ପରୀକ୍ଷା ଚାଲୁଥିବା ବେଳେ ବାରମ୍ବାର ଅଘୋଷିତ ବିଜୁଳି କାଟ ଦ୍ଵାରା ପିଲାଙ୍କ ପଢ଼ାପଢ଼ି ରେ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଅନେକ ଛାତ୍ରଛାତ୍ରୀ ତଥା ଅଭିଭାବକ। ଟାଟା ପାୱାର ପକ୍ଷରୁ ଭୁଲ ଓ ଅଧିକ ବିଲ ପ୍ରଦାନ, ମନ ଇଚ୍ଛା ଲାଇନ୍ କନେକ୍ସନ୍ କରିବା ଅଭିଯୋଗ ଆଗରୁ ଆସିଥିବା ବେଳେ ବର୍ତ୍ତମାନ ପିଲାଙ୍କ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି କରୁଥିବା ଘଟଣା ଏବେ ଜନ ଅସନ୍ତୋଷ ର କାରଣ ବୃଦ୍ଧି କରୁଛି। ପିଲାଙ୍କ ଭବିଷ୍ୟତ କୁ ନେଇ ଯଦି ଟାଟା ପାୱାର ଖେଳ ଖେଳେ ତେବେ ଏହା ବରଦାସ୍ତ କରାଯିବ ନାହିଁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.