Type Here to Get Search Results !

ମସଜିଦ ରେ ବିସ୍ଫୋରଣ, ୩୩ ମୃତ

 


କାବୁଲ: 

ମସଜିଦରେ ସମୂହ ନମାଜ ପାଠ ବେଳେ ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି । ଗତକାଲି ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ପ୍ରାର୍ଥନା କରିବା ସମୟରେ ବିସ୍ଫୋରଣ ହେବା ଯୋଗୁ ୩୩ଜଣଙ୍କ ମୂତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଫଗାନିସ୍ତାନରେ ଦିନକ ପୂର୍ବରୁ ମଧ୍ୟ ବିସ୍ଫୋରଣ ହୋଇଥିଲା । ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ବେଳେ ଏଥିପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଥିଲା । ହେଲେ ଗତକାଲି ପୁଣି ମସଜିଦରେ ବିସ୍ଫୋରଣ ହୋଇଛି ।

ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.